jsm

ଚର୍ଚ୍ଚାରେ ଆବାହକଙ୍କ ଫେସବୁକ୍‌ ପୋଷ୍ଟ : ହାତୀ ଚଲେ ବାଜାର୍ ମେଁ, କୁତ୍ତା ଭୋଁକେ ହଜାର୍ ମେଁ…

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ କାଲି ରାତିରେ କରୋନା ନିୟନ୍ତ୍ରଣ କମିଟିର ଆବାହକ ତଥା ବଣିକ ସଂଘର ସଭାପତି ତ୍ରିପୁରାରୀ ପାଣିଗ୍ରାହୀ ନିଜ ଫେସବୁକ ଏକାଉଣ୍ଟରେ ଏକ ପୋଷ୍ଟ୍ କରିଥିଲେ । ତାହାକୁ ନେଇ ସୋସିଆଲ୍ ମିଡିଆରେ ଏବେ ଚର୍ଚ୍ଚା ଜୋର ଧରିଛି । ଉକ୍ତ ପୋଷ୍ଟରେ ଶ୍ରୀ ପାଣିଗ୍ରାହୀ, ‘ହାତୀ ଚଲେ ବାଜାର ମେଁ କୁତ୍ତା ଭୋଁକେ ହଜାର ମେ, ହାତୀ ଚଲତା ରହେ କୁତ୍ତା ଭୋଁକତା ରହେ’ ବୋଲି ପୋଷ୍ଟ କରିଥିଲେ । ତେବେ ଏହି ପୋଷ୍ଟରେ କାହକୁ କୁତ୍ତା ବୋଲି କୁହାଯାଇଛି ବୋଲ ବିଭିନ୍ନ ଲୋକ ପ୍ରଶ୍ନ କରିବା ସହ ପୋଷ୍ଟକୁ ବିରୋଧ ପ୍ରକାଶ କଲା ପରେ , ଶ୍ରୀ ପାଣିଗ୍ରାହୀ ଏହି ପୋଷ୍ଟକୁ ଡିଲିଟ୍ କରିଥିବା ଜଣା ପଡିଛି । ଏହି ପୋଷ୍ଟ ବିଷୟରେ ଶ୍ରୀ ପାଣିଗ୍ରାହୀଙ୍କୁ ପଚରା ଯିବାରୁ, ବଲାଙ୍ଗିରରେ ୭ ଦିନ ସଟ୍ ଡାଉନ୍‌ ଡାକରାକୁ କିଛି ଲୋକ ବିରୋଧ କରିବା ସହିତ ତାଙ୍କ ପ୍ରତି କିଛି ବ୍ୟକ୍ତିଗତ ଆକ୍ଷେପ କରିଥିବା ଲୋକଙ୍କୁ ସେ ଏପରି ଭାବେ ଜବାବ ଦେଇଥିଲେ ବୋଲି କହିଛନ୍ତି । ଅନ୍ୟପଟେ, ଅନଲକ୍-୪ ସମୟରେ ବେଆଇନ୍ ବନ୍ଦ୍ ଡାକରାକୁ ଲୋକେ ଗ୍ରହଣ କରିବେ, ନ କରିବେ ତାହା ଲୋକଙ୍କ ନିଜସ୍ୱ ନିଷ୍ପତ୍ତି । ବନ୍ଦକୁ କାହା ଉପରେ ଲଦି ଦିଆ ଯାଇନାହିଁ ବୋଲି ମଧ୍ୟ ଚଚ୍‌ର୍ଚ୍ଚା ହେଉଛି । ବିଗତ ୬ ମାସର ସଟ୍ ଡାଉନ୍‌ ଓ ଲକ୍‌ ଡାଉନରେ ଲୋକଙ୍କ ଅର୍ଥନୀତି ଭୁଷୁଡି ପଡିଥିବା ବେଳେ ଆଉ ଥରେ ଏହି ବନ୍ଦ ଡାକରାକୁ ଜନସାଧାରଣ ବିରୋଧ କରିବା ସ୍ୱାଭାବିକ ବୋଲି କୁହାଯାଉଛି । ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଓ ଅସୁବିଧାକୁ ନବୁଝି କରୋନା ନିୟନ୍ତ୍ରଣ କମିଟିର ଆବାହକ ଏଭଳି ମନ୍ତବ୍ୟ ରଖିବା ଦୁର୍ଭାଗ୍ୟଜନକ ଓ ଅସମ୍ବେଦନଶୀଳ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଆହୁରି ୭ ଦିନିଆ ବଲାଙ୍ଗିର ସଟ୍ ଡାଉନର ଡାକରା ମାନିବା ପାଇଁ କୌଣସି ବାଧ୍ୟବାଧକତା ନଥିବା କମିଟି ତରଫରୁ କୁହା ଯାଇଥିବା ସ୍ଥଳେ, ଆଜି ସକାଳୁ ପିକେଟିଂ କରି ବିଭିନ୍ନ ଦୋକାନ ବନ୍ଦ କରାଯାଉଥିବା ବେଳେ ଆଶ୍ଚର୍ୟ୍ୟଜନକ ଭାବେ ଜିଲ୍ଲା ପ୍ରଶାସନ ମଧ୍ୟ ଏହି ପିକେଟିଂ ରେ ସାମିଲ ହେଉଥିବା ଅଭିଯୋଗ ହେଉଛି । ତେବେ ଦୋକାନ ବଜାର ବନ୍ଦ ଡାକରାକୁ ପ୍ରଥମ ଦିନରେ ବିଶେଷ ସଫଳତା ମିଳିଥିବା ବେଳେ ଆଜି ଅନେକେ ନିଜ ନିଜ ଦୋକାନ ବଜାର ଖୋଲିଥିବା ପରିଲକ୍ଷିତ ହେଉଛି ।

yuvodaya
Leave A Reply

Your email address will not be published.