pakka

ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ୨ ଅସହାୟ ଶିଶୁ

bbehera

କଳାହାଣ୍ଡି, (ପି.କେ. ସାହୁ) : କିଛିଦିନ ତଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଜୟପାଟଣା ବ୍ଲକ ଉଚ୍ଚଲା ପଞ୍ଚାୟତ ବେହେରେନସିଲ ଗାଁରେ । କିଛିଦିନ ତଳେ ପ୍ରଭାସ ମୁଣ୍ଡାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ତାଙ୍କର ଶୁଦ୍ଧିକ୍ରୀୟାନ ସରୁଣୁ ତାଙ୍କର ମା’ଙ୍କ ଦେହାନ୍ତ ହୋଇଥିଲା । ଏହାର ଗୋଟିଏ ମାସ ନପୂରୁଣୁ ପ୍ରଭାସ ମୁଣ୍ଡାଙ୍କ ଦେହାନ୍ତ ହୋଇଥିଲା । ଫଳରେ ତାଙ୍କର ସ୍ତ୍ରୀ ବେଦମତୀ ମୁଣ୍ଡା ତିନିଜଣଙ୍କୁ ହରାଇ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ । ଏହାର ଗୋଟିଏ ବର୍ଷ ପରେ ବେଦମତୀଙ୍କ ମଧ୍ୟ ଗତ କିଛିଦିନ ତଳେ ଦେହାନ୍ତ ହୋଇଥିଲା । ଫଳରେ ତାଙ୍କର ଦୁଇ ଶିଶୁ ଦେଖୁ ଦେଖୁ ଅନାଥ ହୋଇଗଲେ । ତାଙ୍କର ଯତ୍ନ ସହ ଦେଖା ସୁନା କରିବା ଲୋକ ମଧ୍ୟ କେହି ନଥିଲେ । ଫଳରେ ବେଦମତୀଙ୍କ ମା’ତାଙ୍କୁ ନେଇ ନିଜଘରେ ଆଶ୍ରୟ ଦେଇଥିଲେ । ଏହି ସମସ୍ୟା କିଛିଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହି ସମସ୍ୟା ବିଷୟରେ ଜାଣିଲାପରେ ସମାଜସେବୀ ଯଶୋବନ୍ତ ରଣା ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଅଭିଯୋଗ କରି ଦୁଇ ଶିଶୁଙ୍କୁ ଉଦ୍ଧାର କରି ଥଇଥାନ କରିବାପାଇଁ ନିବେଦନ କରିଥିଲେ । ଅଭିଯୋଗ ପାଇଲାପରେ ଡିସିପିଓଙ୍କ ନିର୍ଦ୍ଦେଶରେ ଏକ ପ୍ରତିନିଧି ଦଳ ବେହେରେନସିଲ ଗାଁରେ ପହଂଚି ସମସ୍ୟା ବିଷୟରେ ବୁଝିଥିଲେ । ତାଙ୍କର ଜେଜେମା ଅନାଥ ଆଶ୍ରମରେ ରଖିବା ପାଇଁ ମନା କରିଥିବାରୁ ଦୁଇ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରି ମାସିକ ୨୫ଶହ ଟଙ୍କା ଦେବାକୁ ନିଷ୍ପତ୍ତି ନେଲେ । ସେହିପରି ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ଜୟପାଟଣା ବ୍ଲକ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମାଜସେବୀ ଯଶୋବନ୍ତ ରଣାଙ୍କ ଏହିପରି କାର୍ୟ୍ୟକୁ ବୁଦ୍ଧିଜୀବୀ ମହଲରେ ଢେର୍‌ ସାରା ପ୍ରଶଂସା କରାଯାଇଛି ।

jay balangir
Leave A Reply

Your email address will not be published.

4 + 9 =

error: Content is protected !!