pakka

ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ଆଜି ଜନ୍ମଦିନ : ଛୁଟୁଛି ଶୁଭେଚ୍ଛାର ସୁଅ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ଆଜି ଜନ୍ମଦିନ । ଏଥିପାଇଁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓଙ୍କ କନିଷ୍ଠ ପୁତ୍ର ଅର୍କେଶ ନାରାୟଣ ସିଂହଦେଓଙ୍କ ଆଜି ୩୬ତମ ଜନ୍ମଦିବସ । ବଲାଙ୍ଗିର ମାଟିର ସାଧାରଣରୁ ସାଧାରଣ ପରିବାରର ସୁଖ ଦୁଃଖରେ ସାମିଲ ହେଉଥିବା ଉଦୀୟମାନ ଯୁବନେତା ଅର୍କେଶ ବଲାଙ୍ଗିର ମାଟିର ସାମୂହିକ ଉନ୍ନତି ଦିଗରେ ସର୍ବଦା ପ୍ରଚେଷ୍ଟାରତ । ହିଂସା ଓ ଅପରାଧମୁକ୍ତ ତଥା ସମୃଦ୍ଧ ବଲାଙ୍ଗିର ତାଙ୍କ ସ୍ୱପ୍ନ ବୋଲି ସେ ସବୁବେଳେ କୁହନ୍ତି । ବିଜେଡ଼ି ଦଳର ଜଣେ ଟାଣୁଆ ତଥା ପ୍ରଭାବଶାଳୀ ଯୁବନେତା ଭାବେ ବେଶ୍‌ ଜଣାଶୁଣା । ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ମଧ୍ୟ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

fifteen − eleven =