om academy

ତୋରା ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣା ଓ ପୋଲିସ ଲାଠି ଚାର୍ଜର ନିନ୍ଦା କଲା ଆମ୍ ଆଦମୀ ପାର୍ଟି

jsm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ଶନିବାର ତୋରା ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ଘଟଣା ଓ ପରେ ପୋଲିସର ଲାଠି ଚାର୍ଜ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାକୁ ଆମ୍ ଆଦମୀ ପାର୍ଟି ନିନ୍ଦା କରିବା ସହ ସମ୍ପୂର୍ଣ୍ଣ ଘଟଣାର ବିଚାର ବିଭାଗୀୟ ଓ ତ୍ୱରିତ ନ୍ୟାୟିକ ତଦନ୍ତ ଦାବୀ କରିଛି । ମୃତକଙ୍କ ପରିବାରକୁ ଚଳିବା ପାଇଁ ସରକାର ଓ ଅଭିଯୁକ୍ତ ବିଭାଗ ଯଥେଷ୍ଟ ଆର୍ଥିକ କ୍ଷତିପୂରଣ ଦିଅନ୍ତୁ । ମୃତ ଯୁବକଙ୍କ ବିଧବା ପତ୍ନୀ ପାଇଁ ସ୍ଥାୟୀ ଚାକିରୀ ତଥା ଦୁଇ ପିଲାଙ୍କ ସମ୍ପୂର୍ଣ୍ଣ ଓ ପୂର୍ଣ୍ଣାଙ୍ଗ ଉତ୍ତମ ଶିକ୍ଷାର ଦାୟିତ୍ତ୍ୱ ସରକାର ବହନ କରନ୍ତୁ । ତୋରା ପଂଚାୟତରେ ଯେଉଁ ବ୍ୟାପକ ଦୁର୍ନୀତି ଓ ଜନସାଧାରଣଙ୍କ ଯୋଜନାର ବ୍ୟାପକ ହରିଲୁଟ ହୋଇଛି, ତା’ର ଉଚ୍ଚ ସ୍ତରୀୟ ତଦନ୍ତ ହୋଇ ରି-କଭରି ହେଉ, ତଥା ଦୋଷୀ ମାନଙ୍କ ଉପରେ ଆର୍ଥିକ ଜରିମାନା ଲଗାଯାଉ, ଆବଶ୍ୟକ ହେଲେ ସମ୍ପତ୍ତି ଖୋରାଖ ହେଉ । ସେହିପରି ଏ ଅଞ୍ଚଳର ଯୁବକ ଯୁବତୀଙ୍କ ରୋଜଗାର ପାଇଁ ବନ୍ଦ ହୋଇ ପଡିଥିବା ଶିଳ୍ପ ସଂସ୍ଥାକୁ ଆରମ୍ଭ କରାଯାଉ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ ଓ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ଦାବୀ କରିଛନ୍ତି ।

Leave A Reply

Your email address will not be published.