ଆପ୍‌ରେ ନୂଆ ସଭ୍ୟଙ୍କ ଯୋଗଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲାରେ ଆମ୍ ଆଦମୀ ପାର୍ଟିର ସଂଗଠନ ଦିନକୁ ଦିନ ମଜବୁଦ ହେବାରେ ଲାଗିଥିବା ବେଳେ ଗୁରୁବାର ସମାଜସେବୀ ଗୁରୁପ୍ରୀତ୍‌ ସିଂ ଓ ଶିକ୍ଷାବିତ ସଂଜୟ ପତି ଆପ୍‌ରେ ଯୋଗ ଦେଇଛନ୍ତି । ଦିଲ୍ଲୀର ଶିକ୍ଷା କ୍ରାନ୍ତି, ସ୍ୱାସ୍ଥ୍ୟ, ପାଣି, ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଫ୍ରି, ୨୫୦୦ ଟଙ୍କା ଭତ୍ତା ଭଳି ଲୋକାଭିମୁଖୀ ଯୋଜନା ଓ ଅରବିନ୍ଦ କେଜରିୱାଲଙ୍କ ଭ୍ରଷ୍ଟାଚାର ବିରୋଧୀ ନେତୃତ୍ବରେ ଅନୁପ୍ରାଣିତ ହୋଇ ପାର୍ଟିରେ ଯୋଗ ଦେଇଛନ୍ତି । ଜିଲ୍ଲା ଆବାହକ ଭବାନୀ ସାହୁ ଓ ବରିଷ୍ଠ ସଭ୍ୟ ସ୍ୱରୂପ ଭୋଇ ନୂଆ ସଭ୍ୟମାନଙ୍କୁ ଔପଢୌକନ ଦେଇ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ରମେଶ ପତି, ମହିଳା ନେତ୍ରୀ ମରିୟମ ବାର୍ଳା, ଯୁବ ରାଜ୍ୟ ସମ୍ପାଦକ ପୌଲସ୍ତ ସାହା, ଖୁସନୁମା ବେଗମ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

20 − nineteen =