pakka

କଂଟାବାଂଜି ବିଧାନସଭା ନିର୍ବାଚନ ମଣ୍ଡଳୀ ମାଟିରେ ୫-ଟି ସଚିବ

bbehera

 ରାଣୀପୁର ଝରିଆଲରୁ ହେଲିକେପ୍ଟର ଯୋଗେ ଆସି ଗୁରୁଣ୍ଡାରେ ବିରାଟ ଅଭିଯୋଗ ଶୁଣାଣି
 ମଂଦିର, ମସଜିଦ, ଗୀର୍ଜା, କମ୍ୟୁନିଟି ସେଂଟର ପାଇଁ ଅନୁଦାନର ଅଭାବ ରହିବ ନାହିଁ, ଭଲ କାମ କଲେ ଆହୁରି ମିଳିବ ଅନୁଦାନ
 କୃଷକମାନଙ୍କ ପାଇଁ ଅନେକ ଯୋଜନା, କୃଷକ ହସିଲେ ଦେଶ ହସିବ, ବିନା ସୁଧରେ ୫ ଲକ୍ଷ ଟଙ୍କାର ଋଣ ପ୍ରଦାନ
 ମିଶନ ଶକ୍ତି ମାଧ୍ୟମରେ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରୁଛନ୍ତି, ଅବ୍ୟବହୃତ ସରକାରୀ କୋଠା ଏସ୍‌.ଏଚ୍‌.ଜି. ହେବ ମହିଳାଙ୍କ ଅଫିସ
 ଅଗଷ୍ଟ ୧୫ ସୁଦ୍ଧା ୪ଲକ୍ଷ ୩୦ ହଜାରଙ୍କୁ ଭତା ପ୍ରଦାନ
 ସମସ୍ତ କାର୍ଯ୍ୟ ମୋ ସରକାରରୁ ୭ ଦିନ ମଧ୍ୟରେ ହେବ କାର୍ଯ୍ୟକାରୀ
 ସଭାର ମଂଚରେ କୌଣସି ବିଧାୟକ କିମ୍ବା ବିଧାୟକ ପ୍ରାର୍ଥୀଙ୍କୁ ନିମନ୍ତ୍ରଣ ଥିଲା ବାରଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ସୋମବାର ଦିନ ଓଡିଶା ସରକାରଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ ପାଦ ଦେଇ ଏକ ବିରାଟ ଜନ ଶୁଣାଣି ଅଭିଯୋଗର ସାଧାରଣସଭା ହୋଇଛି । ଏହା ମୁରିବାହାଲ ବ୍ଲକ ଗୁରୁଣ୍ଡା ଖେଲପଡିଆରେ ଅନୁଷ୍ଠିତ ହୋଇଛି । ସର୍ବ ପ୍ରଥମେ ଶ୍ରୀ ପାଣ୍ଡିଆନ ହେଲିକେପ୍ଟର ଯୋଗେ ବଙ୍ଗୋମୁଣ୍ଡା ବ୍ଲକ ରାଣୀପୁର ଝରିଆଲର ସର୍ବ ପୁରାତନ ଚୌଷଠି ଯୋଗିନୀ ମଂଦିର ପଡିଆରେ ଓହ୍ଲାଇଥିଲେ । ସେଠାରେ ଚୌଷଠି ଯୋଗିନୀ ମଂଦିରର ଉନ୍ନତିକରଣ ଏବଂ ପୁନର୍ବିକାଶ ପାଇଁ ବିିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ମଂଦିର ପରିଚାଳନା କମିଟି ତଥା ଝରିଆଲ ଗ୍ରାମର ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀ ପାଣ୍ଡିଆନ ଚୌଷଠି ଯୋଗିନୀ ମଂଦିରର ବିକାଶ ପାଇଁ ଜିଲ୍ଲାପାଳ ଏବଂ ଦେବୋତ୍ତର ବିଭାଗ ସହ ଆଲୋଚନା କରିବା ସହିତ ଆବଶ୍ୟକ ଅନୁଦାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବେ ବୋଲି କହିଛନ୍ତି । ଏହା ପରେ ସେ ମୁରିବାହାଲ ବ୍ଲକ ଗୁରୁଣ୍ଡା ଖେଲପଡିଆରେ ଅବତରଣ କରିଥିଲେ । ହେଲିକେପ୍ଟରରୁ ଓହ୍ଲାଇବା ପରେ ହେଲିପ୍ୟାଡର ଚାରିପଟେ ବୁଲି ଜନସାଧାରଣଙ୍କ ସହ ହାତକୁ ହାତ ମିଳାଇ କଥାବାର୍ତା କରିଥିଲେ । ଏପରିକି ହେଲିପେଡର ଚାରିପଟେ ଥିବା ହଜାର ହଜାର ମହିଳା, ଯୁବତୀ, ପୁରୁଷ, ଯୁବକ ତଥା ବିଭିନ୍ନ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କ ସହ ହାତ ମିଳାଇ ଅଭିଯୋଗ ମାନ ଗ୍ରହଣ କରିଥିଲେ । ପରେ ସଭାସ୍ଥଳକୁ ଆସି ସଭାସ୍ଥଳରେ ଥିବା ହଜାର ହଜାର ମିଶନ ଶକ୍ତି ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସ୍ଥାନକୁ ଯାଇ ଅଭିଯୋଗ ମାନ ଗ୍ରହଣ କରିଥିଲେ । ଏହି ସମୟରେ ତାଙ୍କୁ ଫୁଲତୋଡା, ମାଲା, ଦେଇ ସ୍ୱାଗତ କରାଯାଇଥିଲା । ଏହା ପରେ ସଭାସ୍ଥଳକୁ ଆସି ପ୍ରଥମେ କଂଟାବାଂଜି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ମା’ ସମଲେଶ୍ୱରୀ ଏବଂ ଜୟ ଜଗନ୍ନାଥ ସମ୍ବୋଧନ କରିଥିଲେ । ଏହା ପରେ ଜନ ସାଧାରଣଙ୍କୁ ସମ୍ବୋଧନ କରି କଂଟାବାଂଜି ଅଂଚଳର ସମସ୍ୟାର ସମାଧାନ ପାଇଁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପଠାଇଥିବା କହିଥିଲେ । ଏହା ପରେ କଂଟାବାଂଜି, ମୁରିବାହାଲ, ତୁରେକେଲା ଓ ବଙ୍ଗୋମୁଣ୍ଡା ଅଂଚଳର ହଜାର ହଜାର ଅଭିଯୋଗ ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ୫-ଟି ସଚିବଙ୍କ ଜରିଆରେ ଦିଆଯାଇଥିଲା । ପ୍ରଥମେ ନିଜର ବକ୍ତବ୍ୟରେ ମଂଦିର, ମସଜିଦ, ଗୀର୍ଜା ଓ କମ୍ୟୁନିଟି ସେଂଟରର ଉନ୍ନତିକରଣ ପାଇଁ ଆବଶ୍ୟକ ଅନୁଦାନ ଦିଆଯିବ, ସମସ୍ତ ଅନୁଦାନ ସ୍ୱଛତାର ସହ କଲେ ୨ୟ ଓ ୩ୟ କିସ୍ତି ଯଥା ଶୀଘ୍ର ପ୍ରଦାନ କରାଯିବ ବୋଲି କହିଥିଲେ । ଏପରିକି ଜନସାଧାରଣଙ୍କ ସହଯୋଗ ରହିଲେ ଓଡିଶା ନିଶ୍ଚିତ ଭାବେ ଆଗେଇଯିବ ବୋଲି କହିଥିଲେ । ଗ୍ରାମାଂଚଳରେ ଥିବା ପାଣି ସମସ୍ୟା ଉପରେ ବିଭାଗୀୟ ଅଧିକାରୀମାନେ ୩ ଦିନ ମଧ୍ୟରେ ତାର ସମାଧାନ କରିବେ । ମିଶନ ଶକ୍ତିର ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଥିବା ବେଳେ ଆଗାମୀ ଦିନରେ ୭ରୁ ୧୦ ଲକ୍ଷ ଯାଏ ବୃଦ୍ଧି କରାଯିବା । ସେହିପରି ବିଜୁ ସ୍ୱାସ୍ଥ୍ୟ କାର୍ଡ ଉପରେ ମହିଳାମାନଙ୍କୁ ୧୦ଲକ୍ଷ ଏବଂ ପୁରୁଷମାନଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ମିଳୁଥିବା ଡାକ୍ତରୀ ସୁବିଧା କିପରି ଉପଭୋଗ କରିପାରିବେ ସେଥିପ୍ରତି ଅଂଚଳର ଜନପ୍ରତିନିଧି ତଥା ଅଧିକାରୀଙ୍କ ପରାମର୍ଶ ନେବା ପାଇଁ କହିଥିଲେ । କୃଷକମାନଙ୍କ ପାଇଁ ମଧ୍ୟ ବିନା ସୁଧାରେ ଋଣ ଦିଆଯାଉଥିବା କହିଥିଲେ । ଚଳିତ ବର୍ଷ ଫସଲ ବୀମାରେ ଓଡିଶା ସରକାର ସମସ୍ତ ପ୍ରିମିୟମ ପଇସା ନିଜେ ପଇଠ କରିଥିବା କହିଥିଲେ । ଏହି ଯୋଜନାରେ ଲକ୍ଷାଧିକ ଚାଷୀଙ୍କୁ ସାମିଲ କରିଥିବା କହିଥିଲେ । ମଧୁବାବୁ ପେନସନ ଯୋଜନାରେ ଅଗଷ୍ଟ ୧୪ ତାରିଖ ସୁଦ୍ଧା ୪ଲକ୍ଷ ୩୦ ହଜାର ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବା କହିଥିଲେ । ଅଂଚଳରେ ଜଳ ସେଚନ ପାଇଁ ମଧ୍ୟ ସରକାର ଅନେକ ମେଗା ଯୋଜନା କରିଥିବା ବେଳେ ମୁରିବାହାଲ ବ୍ଲକରେ ୩୩ଟି, ତୁରେକେଲା ବ୍ଲକରେ ୬୬ଟି ଏବଂ ତୁରେକେଲା, ମୁରିବାହାଲ ଓ ବଙ୍ଗୋମୁଣ୍ଡା ବ୍ଳକରେ ମିଳିତ ଭାବେ ୫୮ଟି ମେଗା ପି.ଡବ୍ଲ.ଏସ ପ୍ରୋଜେକ୍ଟ ସରକାର କାର୍ଯ୍ୟକାରୀ କରୁଥିବା କହିଛନ୍ତି । ଆଜିର ଅଭିଯୋଗ ଶୁଣାଣି ସଭାରେ ହଜାର ହଜାର ସଂଖ୍ୟାରେ ଅଭିଯୋଗ ଆସିଥିବାରୁ ଏହା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଗୋଚର କରିବା ସହିତ ଏହାର ସମାଧାନ ୭ ଦିନ ମଧ୍ୟରେ ନିଶ୍ଚିତ ଭାବେ ଦିଆଯିବା ସହ ମୋ ସରକାର ଯୋଗେ ଜଣାଇଦେବେ ବୋଲି କହିଥିଲେ । ଏହି ସଭାସ୍ଥଳ ମଂଚରେ କଂଟାବାଂଜି ଜିଲ୍ଲା ଦାବୀ ନେଇ ଜିଲ୍ଲା ସଂଘର୍ଷ ସମିତି ଶ୍ରୀ ପାଣ୍ଡିଆନଙ୍କୁ ଦାବୀପତ୍ର ଦେବା ସହିତ ସ୍ଲେଗାନ ମଧ୍ୟ ଦେଇଥିଲେ । ସଭାସ୍ଥଳରେ ଜିଲ୍ଲାପାଳ ବଲାଙ୍ଗିର, ପୋଲିସ ଅଧିକ୍ଷକ, ସମସ୍ତ ତିନି ଗୋଟି ବ୍ଲକର ବିଡିଓ, ତହସିଲଦାର ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଥିବା ବେଳେ ପଂଚାୟତ ପ୍ରତିନିଧିମାନଙ୍କ ବ୍ୟତୀତ କୌଣସି ବିଧାୟକ କିମ୍ବା ବିଧାୟକ ପ୍ରାର୍ଥୀଙ୍କୁ ଅନୁମତି ଦିଆଯାଇ ନ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଏହି ସଭାରେ ୧୫ହଜାରରୁ ଅଧିକ ଜନସାଧାରଣ, ମହିଳା ଗୋଷ୍ଠୀ ସଭ୍ୟା ଏବଂ ଯୁବତୀ ଯୁବକ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି । ସଭାଟି କଡା ପୋଲିସ ସୁରକ୍ଷା ମଧ୍ୟରେ ହୋଇଥିବା ବେଳେ କୌଣସି ଅପ୍ରିତିକର ଘଟଣା ଘଟି ନ ଥିଲା ।

jay balangir
Leave A Reply

Your email address will not be published.

eleven − six =

error: Content is protected !!