csstore

ଖପ୍ରାଖୋଲ ପୋଲିସ ଦ୍ୱାରା କଫ ସିରପ ଜବତ : ୫ଜଣ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ସୋମବାର କଫ ସିରପ ଜବତ କରିଥିବା ଘଟଣା କଫ ସିରପ ମାଫିଆ ମାନଙ୍କ ମନ ଭିତରେ କୋକୁଆ ଭୟ ସୃଷ୍ଟି କରିଛି । ବହୁତ ଦିନ ନୀରବତା ପରେ କଫ ସିରପ ବିକ୍ରି ଅଭିଯୋଗରେ ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ସୋମବାର ଖପ୍ରାଖୋଲ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଧଣ୍ଡାମୁଣ୍ଡା ସ୍ଥିତ ପୋଖରୀ ନିକଟରେ ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଏସ୍‌କଫ କଫ ସିରଫ, ନିଶା ବଟିକା, ୮୬୦ ଟଙ୍କା ଏବଂ ଦୁଇଟି ବାଇକ ଜବତ କରିଛି । ଅଭିଯୁକ୍ତମାନେ ଖପ୍ରାଖୋଲ ଥାନା ଅନ୍ତର୍ଗତ ଧଣ୍ଡାମୁଣ୍ଡା ଗ୍ରାମର କାଳିଆ ପଟେଲ (୪୩), ମନୋରଞ୍ଜନ ପଧାନ (୨୯), ବାଳଗୋପାଳ ଥନାପତି(୩୪) ଶାନ୍ତିପୁର ଗ୍ରାମର ମୁନା ଥନାପତି(୩୫) ଏବଂ ବାଞ୍ଜିପାଲି ଗ୍ରାମର ଏମ୍‌ଡି ଅନିସ (୪୩) ବର୍ଷ ବୟସ । ଏନେଇ ଖପ୍ରାଖୋଲ ଥାନା କେସ୍‌ ନଂ ୨୨/୨୦୨୫ରେ ଏକ ମାମଲା ରୁଜୁ କରି ଭାରତୀୟ ପେନାଲ କୋର୍ଟର ଧାରା ୨୭୬/୨୭୭/୨୭୮/୬୧(୨) ବିଏନ୍‌ଏସ୍‌ ୩ କ୍ରମେ ପାଞ୍ଚଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୁଲିସର ଏଭଳି କାର୍ଯ୍ୟ ଜାରି ରହିଲେ ଧଣ୍ଡାମୁଣ୍ଡା, ଲୁହାସିଂହା ଅଞ୍ଚଳରୁ ଅସାମାଜିକ ତତ୍ତ୍ୱ ତଥା ନିଶା କାରବାର ବନ୍ଦ ହୋଇପାରିବ ବୋଲି ଅଞ୍ଚଳବାସୀଙ୍କ ମନରେ ଆଶା ସଞ୍ଚାର ହେବା ସହ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ରଙ୍କ ଏହି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

jayashree
Leave A Reply

Your email address will not be published.