କରୋନା ଔଷଧ ଟୁ-ଡିଜି ରାଜ୍ୟରେ ମାଗଣାରେ ମିଳିବ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଡିଆରଡିଓ ଓ ଡ.ରେଡ୍ଡି ଲ୍ୟାବ୍ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ କରାଯାଇଥିବା ଟୁ-ଡିଜି ଔଷଧକୁ ରାଜ୍ୟ ସରକାର ମାଗଣାରେ ଯୋଗାଇଦେବେ । ଏହି ଔଷଧର ୫ ହଜାର ପ୍ୟାକେଟ୍ ପାଇଁ ଓଡିଶା ସରକାର ଅର୍ଡର ଦେଇଛନ୍ତି । ସମସ୍ତ ସରକାରୀ ହସ୍ପିଟାଲକୁ ଏହି କରୋନା ଔଷଧ ଯୋଗାଇ ଦିଆଯିବ । ଚିକିତ୍ସିତ ହେଉଥିବା ରୋଗୀଙ୍କୁ ମାଗଣାରେ ଏହି ଔଷଧ ମିଳିବ । ଡକ୍ଟର ରେଡ୍ଡି ପକ୍ଷରୁ ଶୁକ୍ରବାର ଦିନ ଟୁ ଡିଜିର ଦର ଧାର୍ୟ୍ୟ ହୋଇଛି । ଏହାର ଦାମ୍ ୯୯୦ ଟଙ୍କା ରଖାଯାଇଛି । ତେବେ ସରକାରୀ ମେଡିକାଲରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରିହାତି ଦରରେ ଏହାକୁ ରୋଗୀଙ୍କୁ ଦେଇପାରିବେ ।

Leave A Reply

Your email address will not be published.