jayashree

ଏବିଭିପି ବଲାଙ୍ଗିର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୧୫୦୦୦ରୁ ଅଧିକ ସଦସ୍ୟତା କରିବା ପାଇଁ ଲକ୍ଷ୍ୟ ନେଇଛି : ଆକାଶ କମ୍ପ

ବଲାଙ୍ଗିର, (କେପିଏନ୍‌ଏସ) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଷ୍ଟ୍ର ପ୍ରଥମ ଭାବନା ରଖି ଏବଂ ଛାତ୍ରଶକ୍ତି ରାଷ୍ଟ୍ରଶକ୍ତି ନାରାରେ ବିଶ୍ୱାସ କରି କାର୍ୟ୍ୟ କରୁଥିବା ବିଶ୍ଵର ସବୁଠାରୁ ବଡ଼ ଛାତ୍ର ସଂଗଠନ । ଏବିଭିପି ୧୯୪୯ ମସିହା ଜୁଲାଇ ୯ ତାରିଖ ରୁ ଆରମ୍ଭ ହୋଇ ଆଜି ଯାଏଁ ଅନବରତ ରାଷ୍ଟ୍ର ହିତରେ ଏବଂ ଛାତ୍ର ମାନଙ୍କ ହିତରେ କାମ କରୁଅଛି । ଏବିଭିପିର ପ୍ରତିବର୍ଷ ସଦସ୍ୟତା ଅଭିଯାନ ହୋଇଥାଏ ଏବଂ ତାର ସଦସ୍ୟତା ରୁ ହିଁ କହିଥାଏ ବିଶ୍ଵର ସବୁଠୁ ବଡ ଛାତ୍ର ସଂଗଠନ । ପ୍ରତି ବର୍ଷ ଭଳି ଏହି ଶିକ୍ଷା ବର୍ଷରେ ମଧ୍ୟ ସଦସ୍ୟତା ଅଭିଯାନ ଜୁନ ମାସରୁ ଆରମ୍ଭ ହୋଇଯିବ । ଏପ୍ରିଲ ମାସରେ ୨୫-୨୬ ତାରିଖରେ କୋରାପୁଟ ଠାରେ ହେଇଥିବା ପ୍ରାନ୍ତ ଓ ସମୀକ୍ଷା ଯୋଜନା ବୈଠକରେ ୨୦୨୬-୨୭ ଶିକ୍ଷା ବର୍ଷରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ରେ ତଥା ଓଡ଼ିଶା ପଶ୍ଚିମର ୧୪ ଟି ସାଂଗଠନିକ ଜିଲ୍ଲାରେ ୧ ଲକ୍ଷ ସଦସ୍ୟତା କରିବାର ପାଇଁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି।ଏହି ଶିକ୍ଷା ବର୍ଷରେ ଏବିଭିପି ସଂପୂଣ୍ଣ ଭାବରେ ଛାତ୍ର ସଂସଦ ନିର୍ବାଚନ ଲଢିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି , ଓଡ଼ିଶା ପଶ୍ଚିମ ପ୍ରାନ୍ତ ରେ ୩୩୧ଟି ମହାବିଦ୍ୟାଳୟ ଓ ୭ଟି ବିଶ୍ଵବିଦ୍ୟାଳୟ ଶାଖା ଏବଂ ପ୍ରତି ବ୍ଲକ ମୁଖ୍ୟାଳୟରେ ତଥା ୧୧୮ଟି ସ୍ଥାନରେ ନଗର ଶାଖା ଘୋଷଣା କରିବ, ସେହିପରି ବଲାଙ୍ଗିର ଜିଲ୍ଲା ରେ ୧୪ ଟି ନଗର ଶାଖା ଏବଂ ୬୦ ଟି କ୍ୟାମ୍ପସ ଶାଖା ଘୋଷଣା ଓ ୧୫୦୦୦ ରୁ ଉର୍ଦ୍ଧ ସଦସ୍ୟତା କରିବାର ମଧ୍ୟ ଲକ୍ଷ୍ୟ ରଖିଛି । ଏହି ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ସହ ସମ୍ପାଦକ ଆକାଶ କମ୍ପ, ବିଭାଗ ସଂଯୋଜକ ମଞ୍ଜିତ କୁମାର କର୍ମି, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ତୁଲସି ସୁନା ଓ ଏହି ସାମ୍ବାଦିକ ସମ୍ମିଳନୀ ର ସଂଯୋଜକ ତେଜରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.