ଅଜର୍‌ବେଇଜାନ୍‌ ଓ ଆର୍ମିନିଆ ମଧ୍ୟରେ ଯୁଦ୍ଧ : ତୁର୍କି ସ୍ପଷ୍ଟ କଲା, ଅଜର୍‌ବେଇଜାନ୍‌ ସହ ଠିଆ ହେବ

ନୂଆଦିଲ୍ଲୀ : ଅଜର୍‌ବେଇଜାନ୍‌ ଓ ଆର୍ମିନିଆ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅଜର୍‌ବେଇଜାନ୍‌ ସହ ଠିଆ ହେବା ନେଇ ସ୍ପଷ୍ଟ କରିଛି ତୁର୍କି । ତୁର୍କିର ରକ୍ଷା ମନ୍ତ୍ରଣାଳୟ ନିଜର ଅଧିକାରିକ ଟ୍ୱିଟରରେ ଲେଖିଛି ଯେ, ଅଜର୍‌ବେଇଜାନ‌ ସେନା ବାହାଦୁରୀର ପରିଚୟ ପ୍ରଦାନ କରିଛନ୍ତି । ନିଜର ନିୟନ୍ତ୍ରିତ ଅଂଚଳକୁ ବଂଚାଇବା ଦିଗରେ ସେମାନଙ୍କୁ ବିଶେଷ ସଫଳତା ମିଳିଛି । ଆର୍ମିନିଆ ଦ୍ୱାରା ଅଧିକୃତ ହୋଇଥିବା ଅଂଚଳ ବାସ୍ତବିକ ମାଲିକଙ୍କୁ ଫେରାଇ ଦିଆଯିବା ଉଚିତ । ଆର୍ମିନିଆ ଯେତେଦିନ ପର୍ଯ୍ୟନ୍ତ ଏହା ନକରିଛି, ଆମେ ଅଜର୍‌ବେଇଜାନ୍‌ ସହ ହିଁ ଠିଆ ହେବ ।

Leave A Reply

Your email address will not be published.