pakka

ଆମେରିକାକୁ ଉତ୍ତର ଫେରାଉନାହିଁ ଉତ୍ତର କୋରିଆ

bbehera

ୱାଶିଂଟନ୍‌ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ କହିଛି ଯେ, ଫେବୃଆରୀରେ ଉତ୍ତର କୋରିଆ ସରକାରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି, କିନ୍ତୁ ଏପର୍ୟ୍ୟନ୍ତ ସେମାନଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଅଧିକାରୀ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ତିକ୍ତତାକୁ ହ୍ରାସ କରିବା ପାଇଁ ଆମେରିକା ଉତ୍ତର କୋରିଆ ସହ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରୁଛି ।

ଉତ୍ତର କୋରିଆର ଆଣବିକ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ୟ୍ୟକ୍ରମ ଯୋଗୁଁ ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନଙ୍କ ମଧ୍ୟରେ ତିନିଟି ବୈଠକ ହୋଇସାରିଛି । ତେବେ ଉତ୍ତର କୋରିଆ ଆଣବିକ ଅସ୍ତ୍ର ରଦ୍ଦ କରିବାକୁ ମନା କରି ଦେଇଥିବାରୁ ଆଲୋଚନା ବିଫଳ ହୋଇଛି । ଆମେରିକୀୟ ଏବଂ ପାଶ୍ଚାତ୍ୟ ବାହିନୀ ଉତ୍ତର କୋରିଆ ପ୍ରଥମେ ଆଣବିକ ଅସ୍ତ୍ର ନଷ୍ଟ କରିବାକୁ ଦାବୀ କରିଆସୁଛି ।

ସବୁଠୁ ବଡ଼ ହେଲା, ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ଏପର୍ୟ୍ୟନ୍ତ ଜୋ ବାଇଡେନଙ୍କୁ ଆମେରିକାର ରାଷ୍ଟ୍ରପତି ଭାବେ ଅନୁମୋଦନ କରିନାହାଁନ୍ତି । ମିଳିତ ଜାତିସଂଘକୁ ଉତ୍ତର କୋରିଆ ମିଶନ ମାଧ୍ୟମରେ ଉତ୍ତର କୋରିଆ ସହିତ ଯୋଗାଯୋଗ କରିବାକୁ ଆମେରିକା ଉଦ୍ୟମ କରିଛି । ଜଣେ ଆମେରିକୀୟ ଅଧିକାରୀ ରଏଟର୍ସକୁ କହିଛନ୍ତି ଯେ, ଉତ୍ତର କୋରିଆ ସହ ଯୋଗାଯୋଗ କରିବାକୁ ଅନେକ ଚେଷ୍ଟା କରାଯାଇଥିଲା, କିନ୍ତୁ କୌଣସି ସମ୍ପର୍କ କରାଯାଇ ପାରିନାହିଁ । ତେବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଉତ୍ତର କୋରିଆ ପାଇଁ ତାଙ୍କର ନୀତିର ସମୀକ୍ଷା କରିବାକୁ ଘୋଷଣା କରିଛନ୍ତି, ଯାହା ଏପ୍ରିଲରେ ସାର୍ବଜନୀନ ହେବ ।

jay balangir
Leave A Reply

Your email address will not be published.

5 + 3 =

error: Content is protected !!