ବାବ୍‌ରୀ ମସ୍‌ଜିଦ୍‌ ମାମଲାର ଶୁଣାଣି ଆସିବା ପରେ ପାକିସ୍ତାନ ଉଦ୍‌ଗାରିଲା ବିଷ

ନୂଆଦିଲ୍ଲୀ : ୬ ଡିସେମ୍ବର ୧୯୯୨ରେ ଅଯୋଧ୍ୟାରେ ବାବ୍‌ରୀ ମସ୍‌ଜିଦ୍‌ ଭଂଗା ମାମଲାରେ ଆଜି ସିବିଆଇ ସ୍ୱତନ୍ତ୍ର ଅଦାତଲ ଶୁଣାଣି କରି ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ୍‌ କରିଥିବା ବେଳେ ପାକିସ୍ତାନ ଉଦ୍‌ଗାରିଛି ବିଷ । ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ, ଅଯୋଧ୍ୟାରେ ଐତିହାସିକ ମସ୍‌ଜିଦ୍‌ ଭଂଗା ଘଟଣାରେ ସାମିଲ୍‌ ଥିବା ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ୍‌ କରାଯିବା ଅତ୍ୟନ୍ତ ଲଜ୍ଜାଜନକ ଓ ପାକିସ୍ତାନ ଏହାକୁ ନିନ୍ଦା କରୁଛି । ଶୁଣାଣି ପ୍ରଦାନ କରିଥିବା କୋର୍ଟ ପକ୍ଷରୁ କୁହାଯାଇଛି ଯେ, ମସ୍‌ଜିଦ୍‌ ଭଂଗା ଘଟଣାରେ କିଛି ଦେଶଦ୍ରୋହୀ ରହିଥିଲେ । ଯେଉଁମାନଙ୍କ ନାମରେ ଅଭିଯୋଗ ଅଣାଯାଇଛି ସେମାନଙ୍କ ସେଥିରେ କୌଣସି ସଂପୃକ୍ତି ନଥିଲା । ଏପରିକି ବିଶ୍ୱ ହିନ୍ଦୁ ପରିଷଦର ମଧ୍ୟ ସେଥିରେ କୌଣସି ଭୂମିକା ନଥିଲା ବୋଲି କୋର୍ଟ ରାୟ ଦେଇଛନ୍ତି ।

Leave A Reply

Your email address will not be published.