om academy

ବ୍ୟାଙ୍କକୁ ୯୭ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ୧ ଗିରଫ୍‌

jsm

ନୂଆଦିଲ୍ଲୀ : ନକଲି ଦସ୍ତାବିଜ ଆଧାରରେ ଋଣ ନେଇ ଏକ ଘରୋଇ ବ୍ୟାଙ୍କକୁ ୯୭ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ୍‌ ହୋଇଛି । ପୁଲିସ ପକ୍ଷରୁ କୁହାଯାଇଛି ଯେ, ରାଜେଶ ଶର୍ମା ନାମକ ଜଣେ ବ୍ୟକ୍ତି ଏହି ବ୍ୟାଙ୍କରୁ ଋଣ ନେବା ପାଇଁ ନକଲି ପରିଚୟ ପତ୍ରର ବ୍ୟବହାର କରିଛି । ପୋଲିସ ଉପାୟୁକ୍ତ (ମଧ୍ୟ) ସଂଜୟ ଭାଟିଆ କହିଛନ୍ତି ଯେ, ଗତ ମାସ ବ୍ୟାଙ୍କର ଅଭିଯୋଗ ଆଧାରରେ ପାହାଡ଼ଗଂଜ ଥାନାରେ ସଂପୃକ୍ତ ବ୍ୟକ୍ତି ବିରୁଦ୍ଧରେ କେସ୍‌ ଦର୍ଜ ହୋଇଥିଲା । ସୂଚନା ଅନୁସାରେ ଦୁଇଟି ନକଲି କଂପାନୀ ନାମରେ ସଂପୃକ୍ତ ବ୍ୟକ୍ତି ଋଣ ଆଣିଥିବା କୁହାଯାଇଛି ।

Leave A Reply

Your email address will not be published.