om academy

ରାଉରକେଲା କଲୁଙ୍ଗା ଶିଳ୍ପାଞ୍ଚଳରେ ୨୧ଟି ଏମଏସଏମଇ ୟୁନିଟ ପ୍ରତିଷ୍ଠା ଲାଗି ମଞ୍ଜୁରୀ, ନିଯୁକ୍ତି ସୁଯୋଗ

jsm

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ରାଉରକେଲାର କଲୁଙ୍ଗା ଶିଳ୍ପାଞ୍ଚଳରେ ଆଗାମୀ ଦିନରେ ୨୧ଟି ଏମଏସଏମଇ ୟୁନିଟ ପ୍ରତିଷ୍ଠା ହେବ। ଏହି ପ୍ରକଳ୍ପଗୁଡ଼ିକୁ ଜିଲ୍ଲା ସ୍ତରୀୟ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ କର୍ତ୍ତୃପକ୍ଷ ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ୱାରା ୩୫୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରାୟ ୪୨ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ହେବାକୁ ଯାଉଛି।
ଏଥିମଧ୍ୟରେ ଫ୍ଲାଏ ଆସ୍ ଇଟା, ଫାବ୍ରିକେସନ ଏବଂ ମେକାନିକାଲ ସ୍ପେୟାରସ୍, ଅଟା କଳ, ପାଣି ଟାଙ୍କି, ଆଲୁମିନିୟମ ବାସନ, ରଙ୍ଗ ଉତ୍ପାଦନ, ପରିବେଶ ଅନୁକୂଳ କ୍ୟାରି ବ୍ୟାଗ ଏବଂ ପେପର କପ୍ ପ୍ଲେଟ୍, ଟ୍ରାନ୍ସଫର୍ମର ମରାମତି ଆଦି ପ୍ରକଳ୍ପ ରହିଛି ବୋଲି ରାଉରକେଲା ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଶ୍ରୀଯୁକ୍ତ ସୁଶିଲ କୁମାର ମହାନ୍ତି ସୂଚନା ଦେଇଛନ୍ତି।
ଏହି ଏମଏସଏମଇ ୟୁନିଟଗୁଡ଼ିକ ଚାଲୁ ହେଲେ ସୁନ୍ଦରଗଡ଼ ଜିଲ୍ଲାର ଅନେକ ଯୁବକ, ଯୁବତୀ ତଥା କୁଶଳୀ ଏବଂ ଅଣକୁଶଳୀ ଶ୍ରମିକ ନିଯୁକ୍ତି ପାଇବେ।

Leave A Reply

Your email address will not be published.