
ତୁଷୁରା, (କେପିଏନ୍ଏସ୍) : ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୁଷୁରା ଠାରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଇଓ ନମିତା ରାଣୀ ଭୋଇ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀମତୀ ଭୋଇ ତଥା ସମସ୍ତ ପ୍ରତିଭାଗୀ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ସାଧନ କର୍ମୀ ଭାବେ ସିଆର୍ସିସି ଜଗମୋହନ ତ୍ରିପାଠୀ ଓ ସିଆର୍ଜି ଭାବେ ଦୁତିଆ ସେଠ ଯୋଗ ଦେଇ ନଭେମ୍ବର ମାସର ଏଜେଣ୍ଡା ଉପରେ ଆଲୋକପାତ କରିଥିଲେ । ବ୍ଲକ୍ ଏକାଉଣ୍ଟ୍ଟେଣ୍ଟ ଟୁନା ପ୍ରଧାନ ଓ ଗୋବିନ୍ଦ ବାଗ ଯୋଗ ଦେଇ ନୂତନ ଭାବେ କାର୍ଯ୍ୟକାରୀ ହେବାକୁ ଥିବା ଆର୍ଥିକ କାରବାର ଏସ୍ଏନ୍ଏ ସ୍ପର୍ଶ ବିଷୟେ ବିଶଦ ଆଲୋଚନା କରିଥିଲେ । ଏହି ଅବସରରେ ବିଆର୍ଟି ଜୁଲ୍ ଫିକର୍ ଖାନ୍ ପ୍ରଶସ୍ତ ଆପ୍ ଓ ଏମ୍ଡିଏମ୍ ଡିଇଓ ରମାକାନ୍ତ ମହାପାତ୍ର ପିଏମ୍ ପୋଷଣ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ପ୍ରଧାନ ଶିକ୍ଷକ ମୋହନ ଭୋଇ, ମନ୍ମଥ ରାଜହଂସ, ଚନ୍ଦ୍ରଧ୍ୱଜ ମେହେର, ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ ତଥା ଏଫ୍ଏଲ୍ଏନ୍ ଶିକ୍ଷକ ପୂରନ ମେହେର, ସୁଦାମ ସୁନା, ସୁଶୀଳ କୁମାର ଭୋଇ, ତହସିଲ ଭୋଇ, ଶିକ୍ଷୟିତ୍ରୀ ମିଲି ପୁରୋହିତ, ଆକାଂକ୍ଷା ରାଣୀ ଯୋଶୀ, ସୃଷ୍ଟିମୟୀ କଲେତ, ଦୁର୍ଗାମଣି ମହାନନ୍ଦ, ପ୍ରଶାନ୍ତି ଦାସ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ବିନ୍ଦୁ ମାହାଣା ଓ ରଞ୍ଜିତା ନାଗ ସହଯୋଗ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ମୋହନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।