om academy

ଚାଷୀର ଭାତହାଣ୍ଡିକୁ ଗିଳି ଦେଉଛି ଚକଡ଼ା : ମିଳୁନି ସରକାରୀ ଔଷଧ, ବାଧ୍ୟ ହୋଇ ବଜାରରୁ ଚଢା ଦରରେ ଔଷଧ କିଣୁଛନ୍ତି ଚାଷୀ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅଞ୍ଚଳରେ ଧାନ ଫସଳରେ ଏବେ ଚକଡ଼ା ମାଡ଼ିଛି । ଚାଷୀର ଭାତହାଣ୍ଡିକୁ ଚକଡା଼ ଗିଳି ଦେଉଛି । ଆଖି ପିଛୁଲାକେ ଗୋଟିଏ ବିଲରୁ ଅନ୍ୟ ବିଲକୁ ଡେ଼ଉଛି । ପ୍ରତିକାର ପାଇଁ ଚାଷୀଙ୍କୁ ଔଷଧ ବା ପରାର୍ମଶ ମିଳୁନାହିଁ । କରୋନା ଆଳରେ କର୍ମଚାରୀମାନେ ଲୁଚିଛନ୍ତି । ଏଭଳି ସ୍ଥିତିରେ ବାକ୍ଷୀମାନେ ଅସହାୟ ହୋଇପଡ଼ିଛନ୍ତି । ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ଚଳିତ ବର୍ଷ ଏ ଅଞ୍ଚଳ ଚାଷ ଭଲ ହୋଇଥିଲା । କିଛି ଦିନ ଆଗରୁ ସବୁଜ କ୍ଷେତ ହସୁଥିଲା । ଏବେ ଛୋଟ କିସମ ଧାନ ପାଚିବାକୁ ବସିଲାଣି । ସେହିପରି ବଡ଼ କିସକ ଧାନ ଗର୍ଭନୀ ଅବସ୍ଥାରେ ରହିଛି । ଏଭଳି ସମୟରେ ଚକଡ଼ା ଲାଗି ସବୁକୁ ନଷ୍ଟ କରି ଦେଉଛି । ଆଖି ଆଗରେ ହସୁଥିବା ସୁନା ଫସଲ ଉଜୁଡି ଯାଉଥିବା ଦେଖି ଚାଷୀମାନଙ୍କ ଆଖିରୁ ଲୁହ ଝରୁଛି । ଧାର କରଜ କରି ବହୁ କଷ୍ଟରେ ଚାଷ କରିଥିବାରୁ କିପରି ଭାବେ ପରିଶୋଧ କରିବେ ଓ ପରିବାର ପ୍ରତିପୋଷଣ କରିବ ବୋଲି ଚିନ୍ତାରେ ପଡ଼ିଛନ୍ତି । ଚକଡ଼ା ଯୋଗୁଁ ନଷ୍ଟ ହୋଇଥିବା ଧାନଗଛକୁ ଧରି ବ୍ଲକ୍ କୃଷି ପରାମର୍ଶ କେନ୍ଦ୍ରକୁ ଯାଇଥିଲେ ମଧ୍ୟ ଅଧିକରୀଙ୍କ ଦେଖା ମିଳୁନାହିଁ । ସେହିପରି ଅବଶ୍ୟକୀୟ ଔଷଧ ବି ମିଳୁନାହିଁ । ଅନ୍ୟପକ୍ଷରେ ଦେଓଗାଁ ବ୍ଲକ ଅଞ୍ଚଳରେ ଥିବା କୀଟନାଶକ ଦୋକାନଗୁଡ଼ିକରେ ଉପଯୁକ୍ତ ମାନର କୀଟନାଶକ ମିଳୁନଥିବାରୁ ଚାଷୀ ଧାନରେ ଔଷଧ ପ୍ରୟୋଗ କରିବା ପରେ ମଧ୍ୟ ନିରାଶ ହେଉଛି । କିନ୍ତୁ ବ୍ଲକ୍ କାର୍ୟ୍ୟାଳୟର କିଛି କର୍ମଚାରୀ ଦେଓଗାଁରେ ଔଷଧ ମିଳିବ ବୋଲି କହିକରି ସେହି ଦୋକାନଗୁଡ଼ିକୁ ଗଲେ ଚଢ଼ା ଦର ମାଗୁଛି। ବଜାରରେ ମିଳୁଥିବା ଚକଡ଼ା ଔଷଧ ପ୍ରୟୋଗ କଲେ ମଧ୍ୟ କାମ କରୁ ନଥିବାରୁ ଏହାର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୂଚନାଯୋଗ୍ୟ ଯେ, ଦେଓଗାଁ ବ୍ଲକ୍ ହାତୀସରା ପଞ୍ଚାୟତ ହାତୀସରା ଗାଁର ହରିଶ୍ଚନ୍ଦ୍ର ଗଡ଼ତ୍ୟା, ଅର୍ଜୁନ ଗଡତ୍ୟା ୩ ଏକରରେ ଧାନ ଚାଷ କରିଛନ୍ତି । ହେଲେ ଚକଡ଼ା ବ୍ୟାପୁଥିବା ଦେଖି ଦେଓଗାଁ ଅଞ୍ଚଳର କିଛି କୀଟନାଶକ ଦୋକାନରୁ କଡ଼ା ନିରୋଧକ ଔଷଧ ପ୍ରୟୋଗ କରିଥିଲେ । ହେଲେ ଚକଡ଼ା କମିବା ବଦଳରେ ମାଡ଼ି ଚାଲିଛି । ସେହିପରି ଗୌଡ଼ଗୋଠ, ଅମଦହନ, ରତାଖଣ୍ଡି, ସିକୁଆଁ, ବଡ଼ବନ୍ଧ, ରାମଚନ୍ଦ୍ରପୁର, ସତୀଘାଟ, ଦେଷଣ୍ଟ, ଲଣ୍ଡାପଥର, ଧଣ୍ଡାମାଳ, ବନ୍ଧପଡ଼ା ପଞ୍ଚାୟତର ବିଭିନ୍ନ ଗାଁରେ ମଧ୍ୟ ଚକଡ଼ା ସହ ପତ୍ରପୋଡ଼ା, ମହିଁଷା, ଜଣ୍ଡବିନ୍ଧା, ଚଳିପୋଚ ଭଳି ରୋଗ ଲାଗିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ତଥାପି ସଂପୃକ୍ତ ଅଞ୍ଚଳରେ କାମ କରୁଥିବା କୃଷି କର୍ମଚାରୀ ଓ ବ୍ଲକ କୃଷି ଅଧିକାରୀ ଚାଷୀଙ୍କୁ ସଠିକ ପରାମର୍ଶ ହେଉନଥିବାରୁ ଆଗାମୀ ଦିନରେ ଚାଷୀମାନେ ତଳିତଳାନ୍ତ ହୋଇଯିବେ ବୋଲି ଲୋକଙ୍କ ମଧ୍ୟରେ ମତ ପ୍ରକାଶ ପାଉଛି । ଦେଓଗାଁ ବ୍ଲକରେ ୧୦, ୫୫୦ ହେକ୍ଟର ଜମିରେ ଚଳିତ ବର୍ଷ ଧାନ ଚାଷ ହୋଇଛି । ୧୮ ଜଣ କୃଷି କର୍ମଚାରୀକୁ ରହିବାର ବ୍ୟବସ୍ଥା ରହିଛି । ହେଲେ ବ୍ଲକର ୨୬ଟି ପଞ୍ଚାୟତ ପାଇଁ ଅଛନ୍ତି ମାତ୍ର ୩ ଜଣ ଓଭରସିଅର ଓ ୯ଜଣ ଭିଏଲଡବ୍ଲ୍ୟୁ । ସେମାନଙ୍କ ମଧ୍ୟରୁ ଜଣେ ଅଛନ୍ତି ଗୋଦାମ ଦାୟିତ୍ୱରେ । ଫଳରେ ଚାଷୀମାନେ ସଠିକ ପରାମର୍ଶ ପଇପାରୁ ନାହାନ୍ତି । ଏଣୁ ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀମାନେ ଦାବୀ କରିଛନ୍ତି।

Leave A Reply

Your email address will not be published.