୧୫୦ ଫୁଟ୍‌ ତଳେ ଫସି ରହିଛି କୁନି ଝିଅ ସୃଷ୍ଟି

ସେହୋର୍‌ : ମଧ୍ୟପ୍ରଦେଶର ସେହୋର୍‌ରେ ବୋରୱେଲରେ ଫସି ରହିଥିବା କୁନି ଝିଅ ସୃଷ୍ଟିଙ୍କୁ ଉଦ୍ଧାର କରିବା ପାଇଁ ତୃତୀୟ ଦିନରେ ଆଜି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନ୍‌ଡ଼ିଆର୍‌ଏଫ୍‌ ଏବଂ ଏସ୍‌ଡ଼ିଆର୍‌ଏଫ୍‌ର ଉଦ୍ୟମ ବିଫଳ ହେବା ପରେ ବୁଧବାର ଦିନ କେନ୍ଦ୍ରରୁ ସେନା କର୍ମଚାରୀଙ୍କୁ ଡକାଯାଇଥିଲା । ସେନା ଯବାନମାନେ ୩୦୦ ଫୁଟ୍‌ ଗଭୀର ବୋରୱେଲରେ ୧୦୦ ଫୁଟ ଦୂରରେ ଫସି ରହିଥିବା ସୃଷ୍ଟିଙ୍କୁ ହୁକ୍‌ ସାହାଯ୍ୟରେ ୯୦ ଫୁଟ ପର୍ଯ୍ୟନ୍ତ ଆଣିଥିଲେ, କିନ୍ତୁ ଉପରକୁ ଆସିବାକୁ ଦଶ ଫୁଟ ବାକି ଥିବା ବେଳେ ସୃଷ୍ଟି ପୁଣି ଖସି ପଡ଼ିଯାଇଥିଲେ । କୁହାଯାଉଛି ଯେ, ଏବେ ସୃଷ୍ଟି ପ୍ରାୟ ୧୫୦ ଫୁଟ ତଳେ ଫସି ରହିଛନ୍ତି । ଏହା ପରେ ସେନା ଦ୍ୱିତୀୟ ପ୍ରୟାସ କରିବାକୁ ଅକ୍ଷମତା ପ୍ରକାଶ କରିଥିଲା । ଏହା ପରେ ଦିଲ୍ଲୀ ଏବଂ ଯୋଧପୁରରୁ ଏକ ବିଶେଷଜ୍ଞ ଦଳ ଡକାଯାଇଥିବା ବେଳେ ଗୁଜୁରାଟର ସ୍ୱତନ୍ତ୍ର ରୋବଟ ଦଳର ମଧ୍ୟ ସହାୟତା ମାଗାଯାଇଥିଲା । ଆଜି ସକାଳ ୯ ଟାରେ ସ୍ୱତନ୍ତ୍ର ରୋବଟ ଦଳ ଏଠାରେ ପହଞ୍ଚିବା ମାତ୍ରେ ସୃଷ୍ଟିଙ୍କୁ ବୋରୱେଲରୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଅନ୍ୟପକ୍ଷରେ ପୋକଲେନ୍ ଏବଂ ଡ୍ରିଲ୍ ମେସିନ୍ ସାହାଯ୍ୟରେ ସକାଳ ୯ ଟା ପର୍ଯ୍ୟନ୍ତ ପ୍ରାୟ ୪୨ ଫୁଟ୍‌ର ଏକ ଗାତ ଖୋଳା ଯାଇଛି । ପ୍ରଶାସନ ସହିତ ଏସ୍‌ଡିଆର୍‌ଏଫ୍‌ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

Leave A Reply

Your email address will not be published.