oum

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ

jsm

ନୂଆଦିଲ୍ଲୀ : ଆଜି ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ରାଜନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି, ମୁଁ ସର୍ଦ୍ଦାର ପଟେଲଙ୍କୁ ତାଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆମ ଦେଶକୁ ଏକଜୁଟ କରି ସର୍ବଦଳୀୟ ବିକାଶକୁ ତ୍ୱରାନ୍ୱିତ କରିବାରେ ତାଙ୍କର ଅନନ୍ତ ଅବଦାନକୁ ଭାରତ ସର୍ବଦା ମନେ ରଖିଛି । ସେହିପରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ସର୍ଦ୍ଦାର ପଟେଲଙ୍କୁ ସ୍ମରଣ କରୁଥିବା ଏକ ଭିଡିଓ ଟ୍ୱିଟ୍‌ କରିଛନ୍ତି । ଭିଡିଓ ଶେୟାର କରି ଅମିତ ଶାହା ଲେଖିଛନ୍ତି, ସର୍ଦ୍ଦାର ପଟେଲ କେବଳ କଳ୍ପିତ ବ୍ୟକ୍ତି ନୁହନ୍ତି ବରଂ କର୍ମଯୋଗୀ ବ୍ୟକ୍ତି, ଯିଏ କଳ୍ପନାକୁ ବାସ୍ତବ ରୂପ ଦେବା ପାଇଁ କଠିନ ପରିଶ୍ରମ କରିଥିଲେ । ଦୃଢ ଇଚ୍ଛାଶକ୍ତି ଏବଂ ନେତୃତ୍ୱ ଦକ୍ଷତା ହେତୁ ଦେଶ ତାଙ୍କୁ ସର୍ଦ୍ଦାର ବୋଲି ବିବେଚନା କରାଯାଏ । ତାଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶର ପ୍ରେରଣା ସର୍ଦ୍ଦାର ସାହେବଙ୍କୁ ଲକ୍ଷ ଲକ୍ଷ ନମସ୍କାର । ସର୍ଦ୍ଦାର ପଟେଲ ୩୧ ଅକ୍ଟୋବର ୧୮୭୫ରେ ଗୁଜୁରାଟର ଖେଡା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ହୃଦ୍‌ଘାତ ହେତୁ ସେ ୧୫ ଡିସେମ୍ବର ୧୯୫୦ରେ ମୁମ୍ବାଇରେ ମୃତ୍ୟୁବରଣ କରିଥିଲେ ।

Leave A Reply

Your email address will not be published.