pakka

ଦେଶର ଚଳଚ୍ଚିତ୍ର ତାରକା କାନ୍ସରେ ଅନୁରାଗ ଠାକୁରଙ୍କ ସହିତ ପାଇବେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

bbehera
  • ସେମାନଙ୍କ ମଧ୍ୟରେ ଅଛନ୍ତି ଏ.ଆର ରେହମାନ, ଶେଖର କପୁର, ଅକ୍ଷୟ କୁମାର ପ୍ରମୁଖ

ନୂଆଦିଲ୍ଲୀ, (ପିଆଇବି) : ୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଚଳିତ ଥର ଭାରତୀୟ ଦର୍ଶକମାନଙ୍କ ନିମନ୍ତେ ଏକ ଚିତାକର୍ଷକ ଘଟଣା ହେବାକୁ ଯାଉଛି । ଦେଶବ୍ୟାପୀ ବିଭିନ୍ନ ସ୍ଥାନରୁ ଚଳଚ୍ଚିତ୍ର ତାରକାମାନଙ୍କୁ ନେଇ ଯାଉଥିବା ପ୍ରତିନିଧିଦଳକୁ ଆସନ୍ତା ୧୭ତାରିଖ ଦିନ ମହୋତ୍ସବରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ।
କାନ୍ସରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଭାରତର ପ୍ରତିନିଧିତ୍ୱ କରିବେ। ଦେଶରେ ସଙ୍ଗୀତ ଶିଳ୍ପର ଅନେକ ଏହି ପ୍ରତିନିଧି ଦଳରେ ରହିବେ । ନିମ୍ମୋକ୍ତ ପ୍ରତିଷ୍ଠିତ କଳାକାରମାନେ ଏହି ପ୍ରତିନିଧି ଦଳରେ ଅଛନ୍ତି । ସେମାନେ ହେଲେ
୧. ଅକ୍ଷୟ କୁମାର(ଅଭିନେତା ଓ ପ୍ରଯୋଜକ,ବଲିଉଡ)
୨. ଏ.ଆର ରେହମାନ (ଆନ୍ତର୍ଜାତିକ ସଙ୍ଗୀତ ନିର୍ଦ୍ଦେଶକ)
୩. ମାମେ ଖାଁ (ଲୋକ ସଙ୍ଗୀତ ପ୍ରଯୋଜକ ଓ ଗାୟକ)
୪. ନୱାଜ ଉଦ୍ଦିନ ସିଦ୍ଦିକ(ଅଭିନେତା, ବଲିଉଡ)
୫. ଶ୍ରୀମତୀ ନୟନ ତାରା (ଅଭିନେତ୍ରୀ, ମାଲୟାଲମ, ତାମିଲ)
୬. ଶ୍ରୀମତୀ ପୂଜା ହେଗଡେ (ଅଭିନେତ୍ରୀ, ହିନ୍ଦି, ତେଲୁଗୁ)
୭. ପ୍ରସୂନ ଯୋଶୀ (ଅଧ୍ୟକ୍ଷ ସିବିଏଫସି)
୮. ଆର ମାଧବନ (ଅଭିନେତା ଓ ପ୍ରଯୋଜକ)ୱାର୍ଲଡ ପ୍ରିମିୟମ ଅଫ ରକେଟେରୀ ଆଟ କାନ୍ସ
୯. ରିକି କେଜ (ସଙ୍ଗୀତ ପ୍ରଯୋଜକ)
୧୦. ଶେଖର କପୁର(ଚଳଚ୍ଚିତ୍ର ନିର୍ମାତା)
୧୧. ଶ୍ରୀମତୀ ତମନ୍ନା ଭାଟିଆ(ଅଭିନେତ୍ରୀ ହିନ୍ଦି, ତେଲୁଗୁ ଓ ତାମିଲ ଚଳଚ୍ଚିତ୍ର)
୧୨. ଶ୍ରୀମତୀ ବାଣୀ ତ୍ରିପାଠୀ (ଅଭିନେତ୍ରୀ)
ଚଳଚ୍ଚିତ୍ର ଜରିଆରେ ଭାରତରେ ବିବିଧତା, ସଂସ୍କୃତି, ଐତିହ୍ୟ, ଗାଥା ଓ ବିକାଶ ବାର୍ତ୍ତାକୁ ଲୋକଲୋଚନକୁ ଆଣିବା ଚଳିତବର୍ଷର ଯୋଜନା ରହିଛି । ବିଭିନ୍ନ ବିଷୟର ପ୍ରତିନିଧିତ୍ୱ କରୁଥିବା ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ଦେଶର କୋଣ ଅନୁକୋଣରୁ ପ୍ରତିନିଧିମାନଙ୍କୁ ଚୟନ କରାଯାଇଛି ।
ନିକଟରେ ଅନୁଷ୍ଠିତ ହୋଇଯାଇଥିବା ୫୨ତମ ଭାରତ, ଆର୍ନ୍ତଜାତିକ ଚଳଚ୍ଚିତ୍ର ମହୋତ୍ସବ ତଥା ନେଟଫ୍ଲିକ୍ସ, ଆମାଜନ ଭଳି ଓଟିଟି ଫ୍ଲାଟଫର୍ମର ସହଯୋଗ, ଆଗାମୀପିଢିର ୭୫ ସୃଜନଶୀଳ ବ୍ୟକ୍ତିତ୍ୱ ଓ ବ୍ରିକ୍ସ ଚଳଚ୍ଚିତ୍ର ମହୋତ୍ସବ ଇତ୍ୟାଦିର ବିଶ୍ଳେଷଣରେ ଅନେକ ନୂତନ ପଦକ୍ଷେପମାନ ମଧ୍ୟ ନିଆହୋଇଛି । ସେହିପରି ଚଳିତବର୍ଷ କାନ୍ସ ପାଇଁ କେତେକ ଅଭିନବ ଓ ନୂତନ ବିଷୟବସ୍ତୁ ମଧ୍ୟ ବଛାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ କାନ୍ସ ଚଳଚ୍ଚିତ୍ର ମହୋତ୍ସବର ଚଳିତ ସଂସ୍କରଣରେ ଭାରତ ଆନୁଷ୍ଠାନିକ ସମ୍ମାନ ମାର୍ଚ ଡ୍ୟୁ ଫିଲ୍ମ ପାଇବ । ଏଭଳି ସମ୍ମାନ ପ୍ରଥମଥର ନିମନ୍ତେ କୌଣସି ଦେଶକୁ ପ୍ରଦାନ କରାଯାଉଥିବାବେଳେ, ଏହା ଭାରତ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ କରୁଥିବାବେଳେ ପ୍ରଦାନ କରାଯାଉଛି । ଚଳିତବର୍ଷ ଭାରତ ଓ ଫ୍ରାନ୍ସ ମଧ୍ୟ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛନ୍ତି ।

jay balangir
Leave A Reply

Your email address will not be published.

9 − three =