ରାମ ମନ୍ଦିର ଟ୍ରଷ୍ଟ ଅଯୋଧ୍ୟାରେ ମନ୍ଦିରର ୭୦ ଏକର ଜମି ନିକଟରେ ୭,୨୮୫ ବର୍ଗଫୁଟ ଜମି ପୁଣି କିଣିଲା

ଅଯୋଧ୍ୟା : ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ଟ୍ରଷ୍ଟ ମନ୍ଦିରର ୭୦ ଏକର ଜମି ନିକଟରେ ୭,୨୮୫ ବର୍ଗଫୁଟ ଜମି ପୁଣି କିଣିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ରାମ ଜଜନ୍ମୋଭୂମି ତୀର୍ଥ କ୍ଷେତର ରାମ ମନ୍ଦିର କମ୍ପ୍ଲେକ୍ସକୁ ୭୦ ଏକରରୁ ୧୭୦ ଏକରକୁ ବୃଦ୍ଧି କରିବାକୁ ଚାହୁଁଛି ।

ସେପ୍ଟେମ୍ବର ୨୦୧୯ ରେ ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ୭୦ ଏକର ଜମିକୁ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟକୁ ଦେଇଥିଲେ । ସ୍ଥାନୀୟ ଖବରକାଗଜ ଅନୁଯାୟୀ, ଏହି ଟ୍ରଷ୍ଟ ଦୀପ ନାରାୟଣ ନାମକ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ୭,୨୮୫ ବର୍ଗଫୁଟ ଜମି କିଣିଛି, ଯାହାଙ୍କୁ ଏହି ଜମି ପାଇଁ ୧,୩୭୩ ବର୍ଗଫୁଟ ମୂଲ୍ୟରେ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.