csstore

ସିନ୍ଧୁଦୁର୍ଗର ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି କ୍ଷୟକ୍ଷତିର ତଦନ୍ତ କରିବ ଯୁଗ୍ମ କମିଟି

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ନୌସେନାର ନେତୃତ୍ୱରେ ମହାରାଷ୍ଟ୍ର ସରକାରଙ୍କ ପ୍ରତିନିଧି ଏବଂ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଏକ ଯୁଗ୍ମ କମିଟି ଗଠନ କରାଯାଇଛି । ଯେଉଁଥିରେ ସିନ୍ଧୁଦୁର୍ଗର ରାଜକୋଟ ଦୁର୍ଗରେ ସ୍ଥାପିତ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିର ଦୁର୍ଭାଗ୍ୟଜନକ କ୍ଷୟକ୍ଷତିର ଅନୁସନ୍ଧାନ କରାଯିବ । ସାମୁଦ୍ରିକ ପ୍ରତିରକ୍ଷା ଏବଂ ନିରାପତ୍ତା ଦିଗରେ ମରାଠା ନୌସେନା ଏବଂ ଛତ୍ରପତି ଶିବାଜୀ ମହାରାଜଙ୍କ ପରମ୍ପରା ଏବଂ ଆଧୁନିକ ଭାରତୀୟ ନୌସେନା ସହିତ ଏହାର ଐତିହାସିକ ସମ୍ପର୍କକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ସିନ୍ଧୁଦୁର୍ଗରେ ଆୟୋଜିତ ନୌସେନା ଦିବସ ସମାରୋହର ଏକ ଅଂଶ ଭାବରେ ଡିସେମ୍ବର ୪ରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା । ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଭାରତୀୟ ନୌସେନା ଏହି ପ୍ରକଳ୍ପର ପରିକଳ୍ପନା ଓ ପରିଚାଳନା କରିଥିଲା ଏବଂ ଏଥିପାଇଁ ପାଣ୍ଠି ମଧ୍ୟ ପ୍ରଦାନ କରିଥିଲା । ଯଥାଶୀଘ୍ର ପ୍ରତିମୂର୍ତ୍ତିର ମରାମତି, ପୁନରୁଦ୍ଧାର ଏବଂ ସ୍ଥାପନା ପାଇଁ ସମସ୍ତ ପଦକ୍ଷେପରେ ସହଯୋଗ କରିବାକୁ ଭାରତୀୟ ନୌସେନା ପ୍ରତିଶ୍ରୁତିବଦ୍ଧ ।

jayashree
Leave A Reply

Your email address will not be published.