ଆଜି ୪୬ ଶିକ୍ଷକଙ୍କୁ ପୁରସ୍କୃତ କରିବେ ରାଷ୍ଟ୍ରପତି, ଶିକ୍ଷକମାନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ପବିତ୍ର ଗୁରୁ ଦିବସ । ଏହାର ଅବ୍ୟବହତି ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶର ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଦେଶର ଶ୍ରେଷ୍ଠ ୪୬ ଜଣ ଶିକ୍ଷକଙ୍କୁ ଚଳିତବର୍ଷ (୨୦୨୨)ର ଜାତୀୟ ପୁରସ୍କାର ପ୍ରଦାନ କରିବେ । ଏହି ଶିକ୍ଷକମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ପୁରୀ ଜିଲ୍ଲାର ଈଶ୍ୱର ଚନ୍ଦ୍ର ନାୟକ ।
ପୁରସ୍କାର ବାବଦରେ ଶିକ୍ଷକମାନଙ୍କୁ ଏକ ମାନପତ୍ର, ୫୦ ହଜାର ଟଙ୍କା ଓ ସିଲଭର ମେଡାଲ ପ୍ରଦାନ କରାଯିବ । ଏଥିପାଇଁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପୂର୍ବାହ୍ନ ୧୧ଟାରେ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି । ଅପରାହ୍ନ ୪ଟା ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ସରକାରୀ ବାସଭବନରେ ପୁରସ୍କୃତ ହୋଇଥିବା ଶିକ୍ଷକମାନଙ୍କ ସହ ଭାବ ବିନିମୟ କରିବେ । ପ୍ରତିବର୍ଷ ଗୁରୁ ଦିବସରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । ଏଥିରେ ଦେଶର ଶ୍ରେଷ୍ଠ ଶିକ୍ଷକମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ ।

Leave A Reply

Your email address will not be published.

thirteen − four =