‘ବିଜେପି ଡବଲ୍ ଗେମ୍ ଖେଳୁଛି’ : ବେଙ୍ଗଲ ବିଭାଜନ ବିରୋଧରେ ପ୍ରସ୍ତାବ ଆଣିବ ଟିଏମସି, ୪୮ ଘଣ୍ଟାର ଅଲ୍ଟିମାଟମ୍ ପ୍ରଦାନ

କୋଲକାତା : ପଶ୍ଚିମବଙ୍ଗ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ତୃଣମୂଳ କଂଗ୍ରେସ (ଟିଏମସି) ଭାରତୀୟ ଜନତା ପାର୍ଟି (ବିଜେପି)କୁ ଉତ୍ତର ବେଙ୍ଗଲ ପାଇଁ ଅଲଗା ରାଜ୍ୟ ଦାବୀ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଛି । ବଙ୍ଗଳା ବିଭାଜନ ବିରୋଧରେ ବିଧାନସଭାରେ ଏକ ପ୍ରସ୍ତାବ ଆଣିବାକୁ ଟିଏମସି ଘୋଷଣା କରିଛି ।

ରାଜ୍ୟ ବିଭାଜନ ଉପରେ ନିଜର ଆଭିମୁଖ୍ୟ ସଫା କରିବାକୁ ଉତ୍ତର ବେଙ୍ଗଲ ବିକାଶ ମନ୍ତ୍ରୀ ଉଦୟନ ଗୁହା ବିଜେପିକୁ ୪୮ ଘଣ୍ଟିଆ ଅଲ୍ଟିମେଟମ୍ ପ୍ରଦାନ କରିଛନ୍ତି । ସେ ବିଜେପିକୁ ବଙ୍ଗଳା ଲୋକଙ୍କ ସହ ଡବଲ ଖେଳ ଖେଳୁଥିବା ଅଭିଯୋଗ କରିଛନ୍ତି । ଏହି ଦାବୀ ପଛରେ ବିଜେପି ନେତାମାନେ ଅଛନ୍ତି ବୋଲି ଟିଏମସି ଅଭିଯୋଗ କରିଛି ।

ସିଲିଗୁଡ଼ିରେ ଗଣମାଧ୍ୟମକୁ ସୂଚନା ଦେଇ ଗୁହା କହିଛନ୍ତି, ବିଜେପି ବଙ୍ଗଳାବାସୀଙ୍କ ସହ ‘ଡବଲ୍ ଗେମ୍’ ଖେଳୁଛି । ଉତ୍ତର ବଙ୍ଗଳାକୁ ଅଲଗା ରାଜ୍ୟ ହେବାକୁ ଦିଆଯିବନାହିିଁ । ତେବେ ୪୮ ଘଣ୍ଟା ମଧ୍ୟରେ ବିଜେପିକୁ ନିଜର ଆଭିମୁଖ୍ୟ ସଫା କରିବାକୁ ପଡିବ ।

Leave A Reply

Your email address will not be published.