କରୋନାରେ ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ମୋଦୀ କରିବେ ସମୀକ୍ଷା : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୩୧୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଓମିକ୍ରନ୍‌ର ମାମଲା ବଢ଼ୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଏକ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ ଦେଶର କରୋନା ସ୍ଥିତିର ସମୀକ୍ଷା କରାଯିବ । ବର୍ତ୍ତମାନ ମହାରାଷ୍ଟ୍ର ଏବଂ ରାଜଧାନୀ ଦିଲ୍ଲୀରେ ଲୋକେ ସର୍ବାଧିକ ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୩୧୭ ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୩୧୮ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଦେଶରେ ୭୯,୦୯୭ ସକ୍ରିୟ ମାମଲା ରହିଛି ।

ମହାରାଷ୍ଟ୍ରରେ ଓମିକ୍ରୋନ୍ର ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଶିକ୍ଷା ମନ୍ତ୍ରୀ ପ୍ରଫେସର ବର୍ଷା ଏକନାଥ କହିଛନ୍ତି ଯେ, ଯେହେତୁ ଏହି ମାମଲା ବଢ଼ିବାରେ ଲାଗିଛି, ତେଣୁ ସରକାର ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇପାରନ୍‌ନ୍ତି । ସେ କହିଛନ୍ତି ଯେ, ଆମେ ପରିସ୍ଥିତିର ସମୀକ୍ଷା କରୁଛୁ ।

Leave A Reply

Your email address will not be published.

2 × five =