jayashree

ପରୀକ୍ଷା ବିବାଦ : ଛାତ୍ର ସଂଗଠନ ଦ୍ୱାରା ବିହାର ବନ୍ଦ, ବିରୋଧୀ ଦଳ ମଧ୍ୟ ସମର୍ଥନ କଲେ

ପାଟନା : ସମସ୍ତ ବିରୋଧୀ ଦଳ ଆଜି ରେଲୱେ ନିଯୁକ୍ତି ବୋର୍ଡ ପରୀକ୍ଷା (ଆର୍‌ଆର୍‌ବି-ଏନ୍‌ଟିପିସି) ପ୍ରକ୍ରିୟାରେ ହୋଇଥିବା ଅନିୟମିତତାକୁ ବିରୋଧ କରି ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟସ୍‌ ୟୁନିଅନ୍‌ (ଏଏସ୍‌ଏ) ସମେତ ଅନେକ ଛାତ୍ର ସଂଗଠନ ଦ୍ୱାରା ଆୟୋଜିତ ବିହାର ବନ୍ଦକୁ ସମର୍ଥନ କରିଛନ୍ତି । ବିହାରରେ ବିରୋଧୀ ଦଳର ଗ୍ରାଣ୍ଡ ଆଲାଇନ୍ସର ଅଂଶ ବିଶେଷ ଥିବା ଆରଜେଡି, କଂଗ୍ରେସ, ସିପିଆଇ ଏବଂ ସିପିଆଇ(ଏମ୍) ମିଳିତ ଭାବେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ବିହାରରେ ଦେଶର ଯୁବ ବର୍ଗ ସର୍ବାଧିକ ଏବଂ ବେକାରୀ ହାର ମଧ୍ୟ ସର୍ବାଧିକ । କେନ୍ଦ୍ର ଓ ବିହାର ସରକାର ଛାତ୍ରଛାତ୍ରୀଙ୍କୁ ପ୍ରତାରଣା କରୁଛନ୍ତି । ସରକାର ସେମାନଙ୍କ ପାଇଁ ଚାକିରିର ପ୍ରତିଶୃତି ଦିଅନ୍ତି, କିନ୍ତୁ ଯେତେବେଳେ ସେମାନେ ଚାକିରି ଦାବୀ କରି ରାସ୍ତାକୁ ଓହ୍ଲାନ୍ତି, ସେତେବେଳେ ନୀତୀଶ କୁମାର ସରକାରୀ ଏମାନଙ୍କ ଉପରେ ଲାଠି ଚଳାନ୍ତି ।

ଗ୍ରାଣ୍ଡ ଆଲାଇନ୍ସର ନେତାମାନେ ମିଳିତ ଭାବେ ଆର୍‌ଜେଡିର ରାଜ୍ୟ ମୁଖ୍ୟାଳୟରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏନ୍‌ଡିଏ ସରକାରଙ୍କ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଅଧିକ ନଜର ଥିବା ବେଳେ ବିରୋଧ କରୁଥିବା ଛାତ୍ରଙ୍କ ଭବିଷ୍ୟତ ଉପରେ ନିଘା ନାହିିଁ । ଚୁହାଯାଇଛି ଯେ, ଗ୍ରାଣ୍ଡ ଆଲାଇନ୍ସର ସମସ୍ତ ଦଳ ଛାତ୍ର ସଂଗଠନ ଡାକରା ଦେଇଥିବା ବିହାର ବନ୍ଦକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆମେ ମଧ୍ୟ ଦାବୀ କରୁଛୁ ଯେ, ରାଜ୍ୟ ପୋଲିସ୍ ଦ୍ୱାରା ଛାତ୍ର କିମ୍ବା ଶିକ୍ଷା ପ୍ରତିଷ୍ଠାନ ବିରୋଧରେ ପଞ୍ଜିକୃତ ହୋଇଥିବା ସମସ୍ତ ମାମଲା ତୁରନ୍ତ ପ୍ରତ୍ୟାହାର କରାଯାଉ ।

Leave A Reply

Your email address will not be published.