ଭାରତ-ଚୀନ୍ ବିବାଦ ପୁଣି ବଢ଼ିପାରେ : ଡ୍ରାଗନ୍ ନେବାକୁ ଯାଉଛି ଏହି ପଦକ୍ଷେପ

ନୂଆଦିଲ୍ଲୀ : ଲଦାଖରେ ଏଲ୍‌ଏସି ସହିତ ସୀମା ବିବାଦ ପରେ ଚୀନ୍ ସୀମାରେ ଥିବା ସୈନ୍ୟବାହିନୀକୁ ହ୍ରାସ କରି ଭାରତ ସହ ବନ୍ଧୁତାର କଥା କହୁଛି, କିନ୍ତୁ ସେ ତାର ଖଳ ଆଚରଣରୁ ନିଜକୁ ତ୍ରାହି କରି ପାରୁନାହିିଁ। ବିବାଦ ପରେ ଚୀନ୍ ଭାରତକୁ ଆଉ ଝଟକା ଦେବାକୁ ପ୍ରସ୍ତୁତ ହେଉଛି । ବ୍ରହ୍ମପୁତ୍ର ନଦୀ ଉପରେ ଏକ ବିବାଦୀୟ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ଆରମ୍ଭ କରିବାକୁ ଚୀନ୍ ଯୋଜନା କରୁଥିବା ଜଣାଯାଇଛି । ସୋମବାର ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତିବ୍ଦତ କମ୍ୟୁନିଷ୍ଟ ପାର୍ଟିର ଜଣେ ବରିଷ୍ଠ ଅଧିକାରୀ ସି ଚିନ୍ଫିଙ୍ଗ ସରକାରଙ୍କୁ ବ୍ରହ୍ମପୁତ୍ର ନଦୀ ଉପରେ ବିବାଦୀୟ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ଶୀଘ୍ର ଆରମ୍ଭ କରିବାକୁ ଦାବୀ କରିଛନ୍ତି ।

ଲଦାଖରେ ପ୍ରାୟ ଏକ ବର୍ଷ ଧରି ଚାଲିଥିବା ବିବାଦ ପରେ ଉଭୟ ପକ୍ଷ ମଧ୍ୟରେ ସ୍ୱାଭାବିକ ହେଉଥିବା ସମ୍ପର୍କରେ ଚୀନ୍‌ର ଏହି କାର୍ୟ୍ୟ ପୁଣି ତିକ୍ତତା ଆଣିପାରେ । ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳର ଅଧ୍ୟକ୍ଷ ସି ଡାଲହା ଚୀନ୍ ସଂସଦୀୟ ପ୍ରତିନିôଧଙ୍କୁ ଏହି ପ୍ରକଳ୍ପ ପାଇଁ ପରିବେଶ ପ୍ରଭାବର ମୂଲ୍ୟାଙ୍କନ ଶୀଘ୍ର ଶେଷ କରିବାକୁ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.