pakka

ଦେଶରେ କୋଭିଡ-୧୯ ନମୁନା ପରୀକ୍ଷଣରେ ନୀରବଚ୍ଛିନ୍ନ ଅଗ୍ରଗତି

bbehera

● ଗତ ୨୪ ଘଣ୍ଟା ମଧ୍ୟରେ ୧୧.୫୦ ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷା
ନୂଆଦିଲ୍ଲୀ, (ପିଆଇବି) : ଦେଶରେ କରୋନା ସଂକ୍ରମିତଙ୍କ ଦୈନିକ ଆରୋଗ୍ୟ ସଂଖ୍ୟା ପାଖାପାଖି ୭୫ ହଜାର ହୋଇଥିବା ବେଳେ ନମୁନା ପରୀକ୍ଷାରେ ମଧ୍ୟ ରେକର୍ଡ ସୃଷ୍ଟି ହୋଇଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୧୧.୫୦ ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷା କରାଯାଇଛି । ବିଶ୍ଵରେ ଦୈନିକ ନମୁନା ପରୀକ୍ଷଣରେ ଭାରତ ଅନ୍ୟାନ୍ୟ ଦେଶ ତୁଳନାରେ ବହୁ ଆଗରେ ରହିଛି । ଦୈନିକ ନମୁନା ପରୀକ୍ଷଣ ୧୧ ଲକ୍ଷରୁ ଅଧିକ ହୋଇପାରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧,୫୪,୫୩୯ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଜାତୀୟ ରୋଗ ନିରୂପଣ ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇଛି । ଏଥିସହିତ ମୋଟ ନମୁନା ପରୀକ୍ଷା ସଂଖ୍ୟା ୫.୧୮ କୋଟିରୁ ଅଧିକ (୫,୧୮,୦୪,୬୭୭)କୁ ଅତିକ୍ରମ କରିଛି ।
ଅଧିକରୁ ଅଧିକ ନମୁନା ପରୀକ୍ଷଣ ଦ୍ଵାରା ସଅଳ ରୋଗ ନିରୂପଣ ଓ ଉପଯୁକ୍ତ ଉପଚାର ସମ୍ଭବ ହୋଇପାରୁଛି । ଏହାଫଳରେ ମୃତ୍ୟୁହାର କମ (ଆଜି ୧.୬୯ ପ୍ରତିଶତ) ହେଉଥିବାବେଳେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଇଛି । ବିଭିନ୍ନ ପଦ୍ଧତିରେ ରୋଗ ନିରୂପଣ ଅଧିକରୁ ଅଧିକ ପରୀକ୍ଷାଗାର ଯୋଗୁଁ ସମ୍ଭବ ହୋଇଛି । ଏହାକୁ ଭିତ୍ତିକରି ନିୟୁତ ପିଛା ପରୀକ୍ଷା ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୩୭,୫୩୯ରେ ପହଞ୍ଚିଛି ଯାହା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ଜାନୁଆରୀରେ ପୁଣେର ଏକମାତ୍ର ପରୀକ୍ଷାଗାରରୁ ଦେଶର କରୋନା ନମୁନା ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଦେଶର ୧୬୭୮ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି । ସେଥିରୁ ୧୦୪୦ଟି ସରକାରୀ ଓ ୬୩୮ଟି ଘରୋଇ ପରୀକ୍ଷାଗାର ରହିଛି ।

jay balangir
Leave A Reply

Your email address will not be published.

sixteen − two =

error: Content is protected !!