କୃଷି ବିଲ୍‌ ପାଇଁ ଆଜି ସଂଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ନେତା

ନୂଆଦିଲ୍ଲୀ : କୃଷି ବିଲ୍‌କୁ ନେଇ ଆଜି ସଂଧ୍ୟା ୫ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ ବିରୋଧୀ ନେତାମାନେ । ବିରୋଧୀ ଦଳ ନେତା, ଯେଉଁମାନେ ଗତକାଲି ରାଜ୍ୟସଭାରୁ ବହିସ୍କୃତ ହୋଇଥିଲେ, ସେମାନେ ଆଜି ସଦନରେ କଂଗ୍ରେସ ସାଂସଦ ଗୁଲାମନବୀ ଆଜାଦଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଡାକିଥିଲେ । ସଂସଦରେ ପାରିତ ହୋଇଥିବା କୃଷି ଅଧ୍ୟାଦେଶ ଉପରେ ଆଗାମୀ ରଣନୀତିକୁ ନେଇ ହୋଇଥିବା ଚର୍ଚ୍ଚାରେ ଏହା ନିଷ୍ପତ୍ତି ହୋଇଛି ଯେ, ଏହି ମାମଲାରେ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରାଯିବା ଉଚିତ । ତେବେ ରାଷ୍ଟ୍ରପତିଙ୍କୁ ସାକ୍ଷାତ ସମୟରେ ବିରୋଧୀ ନେତାମାନେ କୃଷି ବିଲ୍‌କୁ ସ୍ୱୀକୃତି ନଦେବା ପାଇଁ ଅନୁରୋଧ କରିପାରନ୍ତି । ଗତକାଲି କଂଗ୍ରେସ ସାଂସଦ ଗୁଲାମନବୀ ଆଜାଦ କହିଥିଲେ ଯେ, କୃଷି ବିଲ୍‌କୁ ନେଇ ରାଷ୍ଟ୍ରପତିଙ୍କୁ ସେ ଚିଠି ମଧ୍ୟ ଲେଖିଛନ୍ତି । ସେହି ଚିଠିରେ ରାଷ୍ଟ୍ରପତିଙ୍କୁ ଜଣାଇଛନ୍ତି ଯେ, ସଂସଦରେ ଯେଉଁ କୃଷି ବିଲ୍‌ ପାରିତ ହୋଇଛି ସେଥିରେ ପ୍ରତିକ୍ରିୟାଗୁଡ଼ିକର ପାଳନ କରାଯାଇନାହିଁ । ଏଣୁ ବିଲ୍‌କୁ ସ୍ୱୀକୃତି ଦିଅନ୍ତୁ ନାହିଁ ।

Leave A Reply

Your email address will not be published.