ସରକାରଙ୍କ ସହ କୃଷକଙ୍କ ଅଷ୍ଟମ ରାଉଣ୍ଡ ଆଲୋଚନାର ପ୍ରସ୍ତୁତି ପାଇଁ ଆଜି ୮୦ଟି ସଂଗଠନ ସାମିଲ୍‌ ହେବେ ଏକ ବୈଠକରେ

ନୂଆଦିଲ୍ଲୀ : ଆଜି ହେଉଛି କୃଷକ ଆନ୍ଦୋଳନର ୩୭ ତମ ଦିନ । କୃଷକ ଏବଂ ସରକାରଙ୍କ ମଧ୍ୟରେ ସପ୍ତମ ରାଉଣ୍ଡ ଆଲୋଚନାରେ ସମ୍ପୂର୍ଣ୍ଣ ସମାଧାନ ହୋଇପାରିଲା ନାହିଁ । କିନ୍ତୁ ବିବାଦର ଦୁଇଟି ପ୍ରସଙ୍ଗରେ ସହମତି ପ୍ରକାଶ ପାଇଲା । ବର୍ତ୍ତମାନ ସମ୍ପୂର୍ଣ୍ଣ ସମାଧାନ ପାଇଁ ଜାନୁଆରୀ ୪ରେ ଅଷ୍ଟମ ରାଉଣ୍ଡ ବୈଠକ ସ୍ଥିର କରାଯାଇଛି । କୃଷକମାନେ ମଧ୍ୟ ଆଶାବାଦୀ । ଦିଲ୍ଲୀ ସୀମାରେସେମାନଙ୍କର ଧର୍ମଘଟ ଜାରି ରହିଛି । ସେମାନେ ଏବେ ମଧ୍ୟ କୃଷି ନିୟମ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ତେବେ ଆଜି ଅପରାହ୍ନ ୨ ଟାରେ ସି‌ନ୍ଧୁ ସୀମାରେ ୮୦ କୃଷକ ସଂଗଠନର ଏକ ବୈଠକ ହେବ ।

Leave A Reply

Your email address will not be published.