pakka

ରୁଷ ପ୍ରଥମ ଥର ପାଇଁ ୟୁକ୍ରେନ ଉପରେ ହାଇପର୍‌ ସୋନିକ୍ କ୍ଷେପଣାସ୍ତ୍ର ମାଡ଼ କଲା, ବାୟୁସେନାର ଭୂତଳ ଭିତ୍ତିଭୂମି ଧୂଳିସାତ ହେଲା

bbehera

କିଭ୍‌ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୪ ଦିନ ପରେ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଆଗେଇ ଥିବା ଆଲୋଚନା ହେଉଛି । ଏହି ଦିଗକୁ ନେଇ ସଂଦେହ କରାଯାଉଛି, କାରଣ ଆଜି ଯୁଦ୍ଧକ୍ଷେତ୍ରରୁ ଏହିପରି ଦୁଇଟି ବଡ଼ ଖବର ଆସିଛି, ଯାହା ଆଗାମୀ ଦିନରେ ଯୁଦ୍ଧର ଗତିବିଧିକୁ ଅତ୍ୟନ୍ତ ଆକ୍ରମଣାତ୍ମକ କରିପାରେ । ପ୍ରଥମ ଖବର ହେଉଛି ରୁଷ ପ୍ରଥମ ଥର ପାଇଁ ୟୁକ୍ରେନ ଉପରେ ସବୁଠାରୁ ବିପଜ୍ଜନକ କିଞ୍ଜେଲ ହାଇପରସୋନିକ୍ କ୍ଷେପଣାସ୍ତ୍ର ବ୍ୟବହାର କରିଛି । ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି ଏକ ବଡ଼ ଦାବୀ କରିଛି ଯେ, ରୁଷ ହାଇପର ସୋନିକ୍ କ୍ଷେପଣାସ୍ତ୍ର ବ୍ୟବହାର କରି ୟୁକ୍ରେନ ସୈନ୍ୟବାହିନୀର ଏକ ଭୂତଳ ଭିତ୍ତିଭୂମିକୁ ନଷ୍ଟ କରିଦେଇଛି ।

jay balangir
Leave A Reply

Your email address will not be published.

nine + 5 =