ଇଞ୍ଜିନିୟର ସ୍ୱାମୀ ୧୫୦ଟି ସୁନା ମୁଦି, ୨୦ ଲକ୍ଷ ଟଙ୍କା ନଗଦ ଯୌତୁକ ନେବା ପରେ ଅଡି କାର୍‌ ପାଇଁ ଅଡ଼ି ବସିଲେ : ପତ୍ନୀ ଥାନାର ଦ୍ୱାରସ୍ଥ

ଦୁର୍ଗ : ଛତିଶଗଡର ଦୁର୍ଗ ଜିଲ୍ଲାରେ ଯୌତୁକ ନିର୍ଯ୍ୟାତନାର ଏକ ଉଚ୍ଚ ପ୍ରୋଫାଇଲ୍ ମାମଲା ରୁଜୁ ହୋଇଛି । ଏନ୍‌ଗେଜମେଂଟ ଉତାରୁ ୧୫୦ଟି ସୁନା ମୁଦି, ସୁନା ବ୍ରେସଲେଟ୍, ସୁନା ହାର, ୨୦ ଲକ୍ଷ ଟଙ୍କା ନଗଦ ଯୌତୁକ ଦିଆଯିବା ପରେ ବିବାହ ହୋଇଥିଲା । କିନ୍ତୁ ବିବାହ ପରେ ମଧ୍ୟ ଇଞ୍ଜିନିୟର ସ୍ୱାମୀଙ୍କ ଯୌତୁକ ଲୋଭ ସରି ନଥିଲା । ଅଡି କାର୍‌ ପାଇଁ ଅଡ଼ି ବସିଲେ । ଶେଷରେ, ବିରକ୍ତ ହୋଇ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି । ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ମାମଲା ଦାୟର କରିଛନ୍ତି ପତ୍ନୀ ଜଣକ । ମହିଳା ଜଣକ ଯୌତୁକ ନିର୍ଯ୍ୟାତନା ଅଭିଯୋଗ କରିବା ସହିତ ତାଙ୍କ ସ୍ୱାମୀ ତାଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କ ରଖିଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଦୁର୍ଗର ମୋହନ ନଗର ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମାନେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ବାସିନ୍ଦା ବୋଲି କୁହାଯାଇଛି ।

Leave A Reply

Your email address will not be published.

15 + ten =