pakka

ଆଇସ୍‌ଲ୍ୟାଣ୍ଡରେ ଆଗ୍ନେୟଗିରି ଉଦ୍‌ଗିରଣ

bbehera

ରିକଜାଭିକ : ଆଇସ୍‌ଲ୍ୟାଣ୍ଡର ରେକଜାନ୍ସ ଉପଦ୍ୱୀପରେ ଆଗ୍ନେୟଗିରି ବିସ୍ଫୋରଣ ହେତୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଦକ୍ଷିଣ ପଶ୍ଚିମ ଆଇସ୍‌ଲ୍ୟାଣ୍ଡର ରେକଜାନ୍ସ ଉପଦ୍ୱୀପରେ ଏକ ଆଗ୍ନେୟଗିରି ବିସ୍ଫୋରଣ ଘଟିଛି ବୋଲି ଜାତୀୟ ପାଣିପାଗ ବିଭାଗ ଆଜି ସକାଳେ ସୂଚନା ଦେଇଛନ୍ତି । ନ୍ୟୁଜ ଏଜେନ୍ସି ସିହ୍ନୁଆ ଆଇସ୍‌ଲ୍ୟାଣ୍ଡର ପାଣିପାଗ ବିଭାଗରୁ ଉଦ୍ଧୃତ କରି କହିଛି ଯେ, ଗତ କିଛି ସପ୍ତାହ ଧରି ଆଇସ୍‌ଲ୍ୟାଣ୍ଡରେ ଭୂକମ୍ପ ହୋଇଥିବା ରେକର୍ଡ କରାଯାଇଥିଲା । ଏହା ପରେ ଆଗ୍ନେୟଗିରି ଉଦ୍‌ଗିରଣ ଘଟଣା ଘଟିଥିଲା । ଗ୍ରିଣ୍ଡଭିକଠାରୁ ପ୍ରାୟ ୪ କି.ମି ଉତ୍ତର-ପୂର୍ବରେ ଏହି ବିସ୍ଫୋରଣ ଘଟିଛି । ପାଣିପାଗ ବିଭାଗର ଖବର ଅନୁଯାୟୀ, ସୋମବାର ଦିନ ରାତି ପ୍ରାୟ ୯ଟା ସମୟରେ ହୋଇଥିବା ଭୂକମ୍ପ ପରେ ରାତି ପ୍ରାୟ ୧୦ଟା ୧୭ସମୟରେ ଏହି ବିସ୍ଫୋରଣ ଘଟିଛି । ପାଣିପାଗ ବିଭାଗ କହିଛି ଯେ ଆଗ୍ନେୟଗିରିରେ ଛିଦ୍ରର ଦୈର୍ଘ୍ୟ ପ୍ରାୟ ୩.୫କି.ମି, ଯେଉଁଥିରୁ ଲାଭା ସେକେଣ୍ଡରେ ପ୍ରାୟ ୧୦୦ ରୁ ୨୦୦ ଘନ ମିଟର ବେଗରେ ପ୍ରବାହିତ ହେଉଛି । ରେକ୍‌ଜାନେସ ଉପଦ୍ୱୀପରେ ଆଗ୍ନେୟଗିରି ଉଦ୍‌ଗିରଣ ପୂର୍ବ ବିସ୍ଫୋରଣ ଅପେକ୍ଷା ଅନେକ ଗୁଣ ବଡ ଥିଲା । ବର୍ତ୍ତମାନ ବିସ୍ଫୋରଣର ସଠିକ ସ୍ଥାନ ଏବଂ ଆକାର ନିଶ୍ଚିତ କରିବାକୁ ଏକ ହେଲିକପ୍ଟର ପଠାଯାଇଛି । ଆଗ୍ନେୟଗିରି ବିସ୍ଫୋରଣ ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ବୋଲି ଆଇସ୍‌ଲ୍ୟାଣ୍ଡର ଜାତୀୟ ପୋଲିସ କମିଶନର କହିଛନ୍ତି । ନାଗରିକମାନଙ୍କୁ ମଧ୍ୟ ଏକ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.

five × 1 =