pakka

ମାଉଣ୍ଟ ମାନସଲୁରେ ହିମସ୍ଖଳନ : ୩ ପର୍ବତାରୋହୀଙ୍କ ମୃତ୍ୟୁ

bbehera

କାଠମାଣ୍ଡୁ : ନେପାଳର ମାନସଲୁ ମାଉଣ୍ଟରେ ଏକ ବଡ଼ ଧରଣର ଦୁର୍ଘଟଣାରେ ତିନି ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି । ମାଉଣ୍ଟ ମାନସଲୁରେ ହିମସ୍ଖଳନ ଯୋଗୁଁ ଏଭଳି ଘଟିଛି । ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ତେବେ ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟମାନଙ୍କୁ ଖୋଜା ଚାଲିଛି । ତେଣୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ନିଖୋଜ ଆମେରିକୀୟ ପର୍ବତାରୋହୀ ହିଲାରୀ ନେଲସନଙ୍କ ମୃତଦେହ ମିଳିଛି । କ୍ୟାମ୍ପ ୪ର ଠିକ୍‌ ତଳେ ଥିବା ରାସ୍ତାରେ ହିମସ୍ଖଳନ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ସେଭେନ ସମ୍ମିଟ ଟ୍ରେକ୍ସ, ସାଟୋରି ଆଡଭେଞ୍ଚର, ଇମିଜିନ ନେପାଳ ଟ୍ରେକ୍ସ, ଏଲିଟି ଏକ୍ସପେଡ଼ିଶନ ଏବଂ ୮-କେ ଏକ୍ସପେଡ଼ିଶନର ଶେର୍ପା ପର୍ବତାରୋହୀମାନେ ଏହି ହିମସ୍ଖଳନ ଯୋଗୁଁ ଆହତ ହୋଇଛନ୍ତି ।

jay balangir
Leave A Reply

Your email address will not be published.

3 × five =