jsm

ଆମେରିକାର ସେଣ୍ଟ ଲୁଇସ ହାଇସ୍କୁଲରେ ଗୁଳିକାଣ୍ଡ : ୨ ମୃତ

csstore

ମିସୌରି : ଆମେରିକାର ସେଣ୍ଟ ଲୁଇସ ହାଇସ୍କୁଲରେ ଗୁଳିକାଣ୍ଡ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେଣ୍ଟ ଲୁଇସ ପୋଲିସ ନିର୍ଦ୍ଦେଶକ ମାଇକ ସୈକଙ୍କ ସୂଚନା ଅନୁସାରେ, ସେଣ୍ଟ ଲୁଇସ ହାଇସ୍କୁଲ, ମିସୌରିରେ ହୋଇଥିବା ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଅଧିକାରୀମାନେ ସନ୍ଦିଗ୍ଧଙ୍କୁ ହତ୍ୟାକାରୀ ଭାବେ ଗୁଳି କରିଦେଇଛନ୍ତି । ମାଇକ ସୈକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯେତେବେଳେ ଉକ୍ତ ସ୍କୁଲରେ ଗୁଳିକାଣ୍ଡ ହେଉଥିବାର ସୂଚନା ପୋଲିସକୁ ମିଳିଥିଲା ସେତେବେଳେ ସ୍ଥାନୀୟ ସମୟ ୯ଟା ୧୦ରେ ପୋଲିସ ସେଣ୍ଟ୍ରାଲ ଭିଜୁଆଲ ଆଣ୍ଡ ପରଫର୍ମିଂ ଆର୍ଟସ ହାଇସ୍କୁଲ ପହଞ୍ଚିବା ପରେ ଛାତ୍ରମାନେ ବାହାରାକୁ ଦୌଡୁଥିବାର ଦେଖାଯାଇଥିଲା । ସେମାନେ ପୋଲିସକୁ କହିଥିଲେ, ଭିତରେ ଲମ୍ବା ବନ୍ଧୁକ ସହ ଜଣେ ବ୍ୟକ୍ତି ଗୁଳି କରୁଛନ୍ତି । ସ୍କୁଲ ପରିସରରେ ପହଞ୍ଚି ପୋଲିସ ତୁରନ୍ତ ସନ୍ଦିଗ୍ଧଙ୍କ ସହ ମୁହାଁମୁହିଁ ହୋଇଥିଲା ଓ ତୃତୀୟ ମହଲାରେ ଉକ୍ତ ବ୍ୟକ୍ତିଙ୍କୁ ଗୁଳି କରିଦେଇଥିଲା । ଅଭିଯୁକ୍ତ ଜଣଙ୍କ ଜଣେ ୨୦ ବର୍ଷର ଯୁବକ ବୋଲି ପୋଲିସ କହିଛି । ଏଥିରେ କୌଣସି ପୋଲିସ ଅଧିକାରୀ ଆହତ ହୋଇ ନ ଥିବା କୁହାଯାଇଛି ।

yuvodaya
Leave A Reply

Your email address will not be published.