ଲୋକମାନଙ୍କ ମଧ୍ୟରେ ଫ୍ୟାସଟ୍ୟାଗ ଆଗ୍ରହକୁ ବୃଦ୍ଧି କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୁପକ୍ଷ‌ଙ୍କ ଏକ ନୂଆ ପଦକ୍ଷେପ ଘୋଷଣା : ଫାସଟ୍ୟାଗ କରନ୍ତୁ ମାଗଣାରେ ୭୭୦ଟି ଟୋଲଗେଟରେ ଯିବା ଆସିବା କରନ୍ତୁ

ନୂଆଦିଲ୍ଲୀ : ଲୋକମାନଙ୍କ ମଧ୍ୟରେ ଫ୍ୟାସଟ୍ୟାଗ ଆଗ୍ରହକୁ ବୃଦ୍ଧି କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୁପକ୍ଷ ଏକ ନୂଆ ପଦକ୍ଷେପ ଘୋଷଣା କରିଛନ୍ତି । ଘୋଷଣା ଅନୁସାରେ ବର୍ତ୍ତମାନ ଆପଣ ଫାସଟ୍ୟାଗ କଲେ ଆପଣଙ୍କୁ ୧୦୦ ଟଙ୍କା ପର୍ୟ୍ୟନ୍ତ ଛାଡ କରାଯିବ । ଭାରତର ପ୍ରାୟ ୭୭୦ଟି ଟୋଲଗେଟରେ ଆପଣ ଏହି ରିହାତି ହାସଲ କରିପାରିବେ । ତେବେ ଏହି ରିହାତି କେବଳ ମାର୍ଚ୍ଚ ୧ ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ । ଜାତୀୟ ରାଜପଥ କର୍ତ୍ତୁପକ୍ଷ ବା ଏନଏଚଆଇ ବର୍ତ୍ତମାନ ଟୋଲଗେଟଗୁଡିକ ନଗଦ ବିହୀନ କରିବାକୁ ଯାଉଛନ୍ତି । ସେଥିପାଇଁ ଏହି ଫାସଟ୍ୟାଗ ବ୍ୟବସ୍ଥା ଲାଗୁ କରାଯାଇଛି । ଏହାଦ୍ବାରା ଗାଡିରେ ଯାଉଥିବା ଯାତ୍ରୀମାନେ ଆଉ ଟୋଲଗେଟରେ ଲମ୍ବା ଧାଡିରେ ଛିଡା ହେବେ ନାହିଁ । ସେମାନେ ମୋବାଇଲ ପେମେଣ୍ଟ ମାଧ୍ୟମରେ ଟୋଲଗେଟ ଶୁଳ୍କ ଦେଇ ଯାଇ ପାରିବେ । ଏହି ନୂତନ ବ୍ୟବସ୍ଥା ଲାଗୁ ହେବା ପରେ ବର୍ତ୍ତମାନ ଏହା ୮୭ ପ୍ରତିଶତ ସଫଳତା ହାସଲ ହୋଇପାରିଛି । କେବଳ ଗତଦୁଇ ଦିନରେ ଏହା ୭ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ଫେବୃୟାରୀ ୧୭ ତାରିଖ ସୁଦ୍ଧା ୯୫ କୋଟି ଟଙ୍କା ଆଦାୟ ହୋଇଛି ବୋଲି ଜଣାପଡିଛି । ବର୍ତ୍ତମାନ ଏହି ଫ୍ୟାସଟ୍ୟାରେ ପ୍ରାୟ ୬୦ ଲକ୍ଷ କାରାବାର ହୋଇଛି ବୋଲି ଏନଏଚଆଇ କହିଛି । ଏହି ଫାସଟ୍ୟାଗ ବିକ୍ରି କରିବା ପାଇଁ ସାରା ଦେଶରେ ପ୍ରାୟ ୪୦ ହଜାର କେନ୍ଦ୍ର ଖୋଲାଯାଇଛି। ଏପରିକି ବଡ ବଡ ବ୍ୟାଙ୍କ ମଧ୍ୟ ଏହି ଟ୍ୟାଗ ବିକ୍ରିରେ ସାମିଲ ହୋଇଛନ୍ତି । ଏଥିସହିତ ବହୁ ଅନଲାଇନ ବିକ୍ରୟ କଂପାନୀ ମଧ୍ୟ ଏହି ଫାସଟ୍ୟାଗ ବିକ୍ରି କରୁଛନ୍ତି ।

Leave A Reply

Your email address will not be published.