centurian jitm

ଇରାକରେ ମର୍ମନ୍ତୁଦ ଦୁର୍ଘଟଣା : ନାସିରିଆ ସହରର କୋଭିଡ ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡରେ ୪୪ ଜଣଙ୍କର ମୃତ୍ୟୁ ଓ ୬୭ ଜଣ ଆହତ, ଅକ୍‌ସିଜେନ୍‌ ସିଲିଣ୍ଡରରେ ବିସ୍ଫୋରଣ ହେତୁ ଦୁର୍ଘଟଣା

ଇରାକ : ସୋମବାର ଇରାକର ଦକ୍ଷିଣ ସହର ନାସିରିଆର ଅଲ-ହୁସେନ୍‌ କୋଭିଡ ହସ୍ପିଟାଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ୪୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୭ ଜଣ ଆହତ ହୋଇଛନ୍ତି । ନିଆଁକୁ ଆୟତ୍ତ କରାଯାଇଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, କୋଭିଡ ୱାର୍ଡରେ ଥିବା ଅକ୍‌ସିଜେନ୍‌ ଟ୍ୟାଙ୍କ ବିସ୍ଫୋରଣ ହୋଇ ଏହି ଅଗ୍ନିକାଣ୍ଡ ଘଟିଛି ।

ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ-କାଦିମି ବରିଷ୍ଠ ମନ୍ତ୍ରୀମାନଙ୍କର ଏକ ବୈଠକ ଡାକିଥିଲେ । ଏଥିରେ ନାସିରିଆ ହସ୍ପିଟାଲର ସୁରକ୍ଷା ପରିଚାଳକଙ୍କୁ ନିଲମ୍ବିତ କରାଯାଇ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ମୃତ୍ୟୁ ସଂଖ୍ୟା ବଢ଼ିବା ପରେ ଦୁର୍ଘଟଣା ସମୟରେ ସ୍ୱାସ୍ଥ୍ୟ କର୍ମୀମାନେ ଜଳୁଥିବା ଶବଗୁଡ଼ିକୁ କୋଭିଡ ହସ୍ପିଟାଲରୁ ବାହାର କରିଥିଲେ । ଏହି ସମୟରେ ଧୂଆଁ ଯୋଗୁଁ ଅନେକ ସ୍ଥାନାନ୍ତରିତ ରୋଗୀ ଅଣନିଶ୍ୱାସୀ ହୋଇ କାଶୁଥିବା ଦେଖିବାକୁ ମିଳିଥିଲା । ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଅଗ୍ନିକାଣ୍ଡର କାରଣ ଜଣାପଡିଛି । ମୃତ୍ୟୁସଂଖ୍ୟା ବଢ଼ିପାରେ, କାରଣ ଅନେକ ଲୋକ ନିଖୋଜ ଥିବା କୁହାଯାଉଛି ।

Leave A Reply

Your email address will not be published.