om academy

ପାକିସ୍ତାନ ଏବଂ ୟୁଏଇରେ ଦୂରତା ବୃଦ୍ଧି ହେବାର କାରଣ କ’ଣ ?

jsm

ଇସ୍‌ଲାମାବାଦ : ସଂଯୁକ୍ତ ଆରବ ଏମିରେଟ୍ସ ପାକିସ୍ତାନ ସମେତ ୧୨ ଟି ଦେଶର ଯାତ୍ରୀଙ୍କୁ ଭିସା ପ୍ରଦାନ ସାମୟିକ ଭାବେ ବନ୍ଦ କରି ଦେଇଛି । କିନ୍ତୁ ଏହି ଦେଶଗୁଡ଼ିକରେ ଭାରତର ନାମ ସାମିଲ୍‌ ହୋଇ ନଥବା କୁହାଯାଇଛି । ସାମ୍ପ୍ରତିକ ସମୟରେ ଏହା ପାକିସ୍ତାନ ଏବଂ ୟୁଏଇ ମଧ୍ୟରେ ଚାଲିଥିବା କଳହ ସହିତ ଜଡିତ ଥିବା ଜଣାପଡିଛି । ତେବେ ପାକିସ୍ତାନୀ ଖବରକାଗଜ ‘ଏକ୍ସପ୍ରେସ ଟ୍ରିବ୍ୟୁନ’ର ରିପୋର୍ଟ ଅନୁଯାୟୀ ପାକିସ୍ତାନର ବୈଦେଶିକ କାର୍ୟ୍ୟାଳୟ ଏହି ଖବରକୁ ନିଶ୍ଚିତ କରିଛି ଯେ ସଂଯୁକ୍ତ ଆରବ ଏମିରେଟ୍ସ ଦ୍‌ଦ୍ୱାରା କରୋନା ଜୀବାଣୁ ଦ୍‌ଦ୍ୱିତୀୟ ତରଙ୍ଗ ଯୋଗୁଁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି ।

ପାକିସ୍ତାନ ବୈଦେଶିକ କାର୍ୟ୍ୟାଳୟର ମୁଖପାତ୍ର ଜାହିଦ ହାଫିଜ ଚୌଧୁରୀ କହିଛନ୍ତି ଯେ ସଂଯୁକ୍ତ ଆରବ ଏମିରେଟ୍ସ ପାକିସ୍ତାନ ସମେତ ୧୨ ଟି ଦେଶକୁ ପରବର୍ତ୍ତୀ ଘୋଷଣା ପର୍ୟ୍ୟନ୍ତ ନୂତନ ଭିସା ପ୍ରଦାନ ପାଇଁ ସାମୟିକ ଭାବେ ବାରଣ କରିଛି ।

ପାକିସ୍ତାନ ବ୍ୟତୀତ ତୁର୍କୀ, ୟେମେନ, ଇରାନ, ସିରିଆ, ଇରାକ, ସୋମାଲିଆ, ଲିବିୟା, କେନିଆ ଏବଂ ଆଫଗାନିସ୍ତାନକୁ ସଂଯୁକ୍ତ ଆରବ ଏମିରେଟ୍ସ ଭିସା ପ୍ରଦାନ ଉପରେ ବାରଣ କରିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.