pakka

ଛତିଶଗଡ ସିଏମ୍‌ଙ୍କୁ ଲଖ୍‌ନଉ ବିମାନ ବନ୍ଦରରେ ଅଟକାଇ ଦିଆଗଲା : ଧାରଣାରେ ବସିଲେ

ଲଖ୍‌ନଉ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀକୁ ଯିବା ପାଇଁ ଲଖ୍‌ନଉର ଚୌଧରୀ ଚରଣ ସିଂ ବିମାନବନ୍ଦର (ଅମୌସି)ରେ ପହଞ୍ଚିଥିବା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କୁ ସେଠାରେ ଅଟକାଇ ଦିଆଯାଇଛି ଏବଂ କଂଗ୍ରେସ ନେତାମାନେ ବିମାନବନ୍ଦର ପରିସରରେ ଧର୍ମଘଟରେ ବସିଛନ୍ତି । ଲଖ୍‌ନଉ ପୋଲିସ କମିଶନର ଡି.କେ. ଠାକୁର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ମଧ୍ୟାହ୍ନ ପ୍ରାୟ ୨.୪୫ ସମୟରେ ଲଖ୍‌ନଉ ବିମାନ ବନ୍ଦରରେ ପହଞ୍ଚିଥିଲେ । ଲକ୍ଷ୍ମୀପୁର ଖେରୀରେ ପରିସ୍ଥିତି ସ୍ୱାଭାବିକ ନ ଥିବାରୁ ତାଙ୍କୁ ଫେରିବାକୁ ଅନୁରୋଧ କରାଯାଇଛି ।

ଅନ୍ୟପକ୍ଷରେ, ଏହି ଘଟଣା ପରେ ଶ୍ରୀ ବାଗେଲ ବିମାନବନ୍ଦରରେ ଗଣମାଧ୍ୟମକୁ କହିଛନ୍ତି, “ମୁଁ ଲକ୍ଷ୍ମୀପୁର ଖେରୀ ଯାଉନାହିଁ । ମୁଁ ୟୁପି କଂଗ୍ରେସ କାର୍ୟ୍ୟାଳୟକୁ ଯିବି, ଯେଉଁଠାରେ ମୋତେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ପଡିବ ।”

ଏହାପୂର୍ବରୁ ବାଗେଲ କହିଥିଲେ ଯେ, ସେ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବାକୁ ଆସିଛନ୍ତି ଏବଂ ସେଠାରୁ ସେ ଫେରିବାକୁ ଚାହୁଁଛନ୍ତି । କିନ୍ତୁ ତାଙ୍କୁ ବିମାନବନ୍ଦରରେ ଅଟକାଇ ଦିଆଯାଇଛି ଏବଂ ବର୍ତ୍ତମାନ ମୁଁ ଏଠାରେ ବସିବି । ଅମୌସି ବିମାନ ବନ୍ଦରରେ ବାଗେଲଙ୍କୁ ନେବାକୁ ଆସିଥିବା କଂଗ୍ରେସ ନେତା ପ୍ରମୋଦ ତିୱାରୀ ଏବଂ ପିଏଲ ପୁନିଆଙ୍କୁ ଭିତରକୁ ଆସୁବାକୁ ଅନୁମତି ଦିଆଯାଇନଥିଲା । ବାଗେଲ ପ୍ରଥମେ ଲଖ୍‌ନଉରେ ପହଞ୍ଚି ଲକ୍ଷ୍ମପୁର ଖେରୀ ଏବଂ ସୀତାପୁର ଯିବାକୁ ଥିଲା ଏବଂ ଲଖ୍‌ନଉରେ ତାଙ୍କର ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ରହିଥିଲା ।

Leave A Reply

Your email address will not be published.

4 × 1 =