pakka

ସିଂହାସନ ଛାଡ଼ିବେ ୫୨ ବର୍ଷ ରାଜୁତି କରିଥିବା ଡେନ୍‌ମାର୍କର ରାଣୀ ଦ୍ୱିତୀୟ ମାର୍‌ଗ୍ରେଥେ

bbehera

କୋପେନ୍‌ହେଗନ୍‌ : ୫୨ ବର୍ଷ ରାଜୁତି କରିଥିବା ଡେନ୍‌ମାର୍କର ରାଣୀ ଦ୍ବିତୀୟ ମାର୍‌ଗ୍ରେଥେ ଜାନୁଆରୀ ୧୪ ତାରିଖରେ ସିଂହାସନ ଛାଡ଼ିବେ ବୋଲି ରବିବାର ଦିନ ଘୋଷଣା କରିଛନ୍ତି ।

ତାଙ୍କ ଉତ୍ତରାଧିକାରୀ ଭାବେ ବଡ଼ପୁଅ ତଥା ଯୁବରାଜ ଫ୍ରେଡେରିକ୍‌ ରାଜା ହେବେ ବୋଲି ମଧ୍ୟ ସେ କହିଛନ୍ତି । ୧୯୭୨ରେ ସିଂହାସନ ଆରୋହଣ କରିଥିବା ୮୩ ବର୍ଷୀୟ ରାଣୀ ରାଣୀ ଦ୍ବିତୀୟ ମାର୍‌ଗ୍ରେଥେ ‘ଲାଇଭ୍‌ ଟିଭି’ରେ ପାରମ୍ପରିକ ନବବର୍ଷ ଅବ୍ୟବହିତ ପୂର୍ବ ବାର୍ତ୍ତାରେ ଦେବା ବେଳେ ଏଭଳି ଅପ୍ରତ୍ୟାଶିତ ଘୋଷଣା କରିଛନ୍ତି । ୫.୯ ନିୟୁତ ଡେନ୍‌ମାର୍କ ବାସିନ୍ଦାମାନଙ୍କ ମଧ୍ୟରୁ ଅଧିକାଂଶ ଟେଲିଭିଜନ୍‌ରେ ଏହା ଦେଖିଛନ୍ତି ।

ଫେବ୍ରୁଆରି ମାସରେ କରାଯାଇଥିବା ସଫଳ ଅଣ୍ଟା ଅସ୍ତ୍ରୋପଚାର କଥା କହି ସେ କହିଛନ୍ତି, ଏ ଅସ୍ତ୍ରୋପଚାର ମତେ ଭବିଷ୍ୟତ ବିଷୟରେ ଚିନ୍ତା କରାଇବା ସ୍ବାଭାବିକ କଥା । ତାହା ହେଉଛି, ପରପିଢ଼ି ଉପରେ ଦାୟିତ୍ବ ନ୍ୟସ୍ତ କରିବା ଉଚିତ କି, ନୁହେଁ ।

ମୁଁ ସ୍ଥିର କଲି ଏଇଟା ଉପଯୁକ୍ତ ସମୟ । ସ୍ନେହୀ ବାପାଙ୍କ ଉତ୍ତରାଧିକାରିଣୀ ଭାବେ ୫୨ ବର୍ଷ ଅତିବାହିତ କରିବା ପରେ ଡେନ୍‌ମାର୍କର ରାଣୀ ପଦରୁ ମୁଁ ୨୦୨୪ ଜାନୁଆରି ୧୪ରେ ଇସ୍ତଫା ଦେବି । ମୋ ବଡ଼ପୁଅ ଯୁବରାଜ ଫ୍ରେଡେରିକ୍ ସିଂହାସନ ଆରୋହଣ କରିବ ।

ସୂଚନାଯୋଗ୍ୟ, ୨୦୨୨ ସେପ୍ଟେମ୍ବର ମାସରେ ବ୍ରିଟେନ୍‌ର ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୃତ୍ୟୁ ପରେ ରାଣୀ ଦ୍ବିତୀୟ ମାର୍‌ଗ୍ରେଥେ ହେଉଛନ୍ତି ଦୀର୍ଘ ବର୍ଷ ଧରି ରାଜୁତି କରୁଥିବା ୟୁରୋପୀୟ ରାଣୀ ।

ଆଜୀବନ କର୍ତ୍ତବ୍ୟ ପ୍ରତି ନିଷ୍ଠା ରଖିଥିବା ରାଣୀ ଦ୍ବିତୀୟ ମାର୍‌ଗ୍ରେଥେଙ୍କୁ ଡେନ୍‌ମାର୍କର ପ୍ରଧାନମନ୍ତ୍ରୀ ମେଟ୍‌ ଫ୍ରେଡେରିକ୍‌ସେନ୍‌ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

two × 5 =