pakka

ଆଜିଠୁ ଦେଶବ୍ୟାପୀ ଆରମ୍ଭ ହୋଇଛି କୋଭିଡ ଟୀକାକରଣ

bbehera

ନୂଆଦି‌ଲ୍ଲୀ : ଆଜିଠୁ ଦେଶବ୍ୟାପୀ କୋଭିଡ୍ ଟୀକା ନେଉଛନ୍ତି ବରିଷ୍ଠ ନାଗରିକ । ପ୍ରଥମ ଥର ପାଇଁ ସାଧାରଣ ଲୋକଙ୍କୁ ଦିଆଯାଉଛି କରୋନା ଟୀକା । ୬୦ବର୍ଷରୁ ଅଧିକ ଓ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ଆକ୍ରାନ୍ତଙ୍କୁ ଟୀକା ଦିଆଯାଉଛି । ସରକାରୀ ସେଣ୍ଟରରେ ଟୀକା ମାଗଣା । ତେବେ ଘରୋଇ ହସ୍ପିଟାଲରେ ଟୀକା ନେଲେ ଡୋଜ୍ ପ୍ରତି ୨୫୦ ଟଙ୍କା ଦେବାକୁ ପଡ଼ିବ । ଟୀକା ନେବା ପାଇଁ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ । ସେହିପରି ଯେଉଁମାନେ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଅଛନ୍ତି ସେମାନେ ଡାକ୍ତରୀ ପ୍ରମାଣପତ୍ର ଦେଖାଇବେ । ଟୀକା ନେବାକୁ ଆଗ୍ରହୀ ବ୍ୟକ୍ତିଙ୍କୁ କୋ-ୱିନ୍ ପୋର୍ଟାଲ୍‌ରେ ପଞ୍ଜିକରଣ କରିବାକୁ ପଡ଼ିବ । ଆଗୁଆ ପଞ୍ଜିକରଣ କରି ନଥିଲେ ଅନ୍ ସ୍ପଟ ରେଜିଷ୍ଟ୍ରେସନ୍ କରିପାରିବେ ।

jay balangir
Leave A Reply

Your email address will not be published.

20 − 8 =