କଂଗ୍ରେସ ପାଇଁ ପୁଣି ବଡ ଝଟ୍‌କା, ଜୟବୀର ଶେର୍ଗିଲ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ପଦରୁ ଇସ୍ତଫା ଦେଲେ

ନୂଆଦିଲ୍ଲୀ : କଂଗ୍ରେସ ନେତା ଜୟବୀର ଶେର୍ଗିଲ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ସମ୍ପର୍କରେ ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛନ୍ତି । ସେଥିରେ ସେ ଲେଖିଛନ୍ତି, ମୁଁ ଦୁଃଖିତ ଯେ ଦଳର ନିଷ୍ପତ୍ତି ଗ୍ରହଣ ଆଉ ଜନସାଧାରଣ ତଥା ଦେଶର ସ୍ୱାର୍ଥ ପାଇଁ ହେଉନୁହେଁ, ବରଂ ଏହା ସେମାନଙ୍କର ସ୍ୱାର୍ଥ ଦ୍ୱାରା ପ୍ରଭାବିତ ହୋଇଛି, ଯେଉଁମାନେ ଚାଟୁକାରିତା ସହିତ ଜଡିତ ଏବଂ ବାସ୍ତବତାକୁ କ୍ରମାଗତ ଭାବରେ ଅବହେଳା କରନ୍ତି ।

ସୂଚନାଯୋଗ୍ୟ ଯେ, ଇସ୍ତଫା ଦେବା ପୂର୍ବରୁ ସେ କଂଗ୍ରେସର ସର୍ବକନିଷ୍ଠ ଜାତୀୟ ଗଣମାଧ୍ୟମ ପ୍ୟାନେଲିଷ୍ଟ ଥିଲେ । ଯେତେବେଳେ ସେ ତାଙ୍କ ପାର୍ଟି କର୍ମୀଙ୍କୁ ଆଇନଗତ ସହାୟତା ପ୍ରଦାନ କରିବାକୁ ୨୪X୭ ଲିଗାଲ୍ ଟୋଲ୍ ଫ୍ରି ହେଲ୍ପଲାଇନ ନମ୍ବର ଜାରି କରିଥିଲେ, ସେତେବେଳେ ଶେର୍ଗିଲ ଚର୍ଚ୍ଚାକୁ ଆସିଥିଲେ ।

ଶେର୍‌ଗିଲଙ୍କ ପୂର୍ବରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନନ୍ଦ ଶର୍ମା ମଧ୍ୟ ରବିବାର ଦଳର ପରିଚାଳନା କମିଟିର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଦଳରେ ଅବହେଳା ଥିବାରୁ ସେ କ୍ରୋଧିତ ଥିଲେ । ଶ୍ରୀ ଶର୍ମା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ, ତାଙ୍କ ସ୍ୱାଭିମାନ ସହ କୌଣସି ବୁଝାମଣା ମଂଜୁର ନୁହେଁ ।

Leave A Reply

Your email address will not be published.

19 + four =