ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବ ୧୦୦ ଚିତା ବାଘ

କେପଟାଉନ୍‌/ନୂଆଦିଲ୍ଲୀ : ନାମିବ୍ୟା ପରେ ଦକ୍ଷିଣ ଆଫ୍ରିକାରୁ ୧୦୦ରୁ ଅଧିକ ଚିତା ବାଘ ଭାରତକୁ ଆସିବ ବୋଲି ଜଣାପଡିଛି । ଏନେଇ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ହୋଇଥିବା ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରଣାଳୟ କହିଛି । ଚିତା ସଂଖ୍ୟା ବୃଦ୍ଧି ନିମନ୍ତେ ଏହି ନିଷ୍ପତ୍ତି ନିଆଯାଇଛି । ଆଗାମୀ ୮ରୁ ୧୦ ବର୍ଷ ମଧ୍ୟରେ ବାର୍ଷିକ ୧୨ଟି ଚିତା ପଠାଯିବା ଲାଗି ଯୋଜନା କରାଯାଇଛି । ଏହି ପର୍ଯ୍ୟାୟରେ ଆସନ୍ତା ମାସରେ ୧୨ଟି ଚିତା ବିମାନ ଯୋଗେ ଭାରତକୁ ସ୍ଥାନାନ୍ତର କରାଯିବ ।

Leave A Reply

Your email address will not be published.

four × 4 =