ls

ଜଳସମ୍ପଦ କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟରେ ସହଯୋଗ ବୁଝାମଣାପତ୍ର (ଏମଓସି)କୁ କ୍ୟାବିନେଟ ଅନୁମୋଦନ

a12

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟକୁ ଜଳସମ୍ପଦ କ୍ଷେତ୍ରରେ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ବିଭାଗ ଏବଂ ଜାପାନର ଭୂମି, ଭିତ୍ତିଭୂମି, ପରିବହନ ଓ ପର୍ୟ୍ୟଟନ ମନ୍ତ୍ରଣାଳୟର ଜଳ ଓ ବିପର୍ୟ୍ୟୟ ପରିଚାଳନା ବ୍ୟୁରୋ ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ବୁଝାମଣାପତ୍ର (ଏମଓସି) ସମ୍ପର୍କରେ ଅବଗତ କରାଯାଇଥିଲା ।
ଲାଭ :
ଦୁଇ ଦେଶ ମଧ୍ୟରେ ସୂଚନା, ଜ୍ଞାନ, ପ୍ରଯୁକ୍ତି ଓ ବିଜ୍ଞାନ ଆଧାରିତ ଅଭିଜ୍ଞତା ବିନିମୟକୁ ପ୍ରୋତ୍ସାହିତ କରିବା ସହିତ ମିଳିତ ପ୍ରକଳ୍ପ କାର୍ୟ୍ୟକାରୀ କରିବା ଲାଗି ଏହି ଏମଓସି ସ୍ୱାକ୍ଷରିତ ହୋଇଛି । ଏମଓସିର ଲକ୍ଷ୍ୟ ହେଉଛି ଜଳ ଓ ଡେଲ୍ଟା ପରିଚାଳନା ତଥା ଜଳ ପ୍ରଯୁକ୍ତି କ୍ଷେତ୍ରରେ ଦୀର୍ଘକାଳୀନ ସହଯୋଗ ବିକଶିତ କରିବା । ଏହି ଏମଓସି ଜଳ ସୁରକ୍ଷା, ଉନ୍ନତ ଜଳସେଚନ ସୁବିଧା ଓ ଜଳ ସମ୍ପଦ ବିକାଶରେ ସ୍ଥାୟିତ୍ବ ଲକ୍ଷ୍ୟ ହାସଲ କରିବାରେ ସହାୟତା କରିବା।

manabhanjan
Leave A Reply

Your email address will not be published.