ପୁଣେରେ ନିର୍ମାଣାଧୀନ ବିଲ୍‌ଡ଼ିଂ ସ୍ଲାବ ଭୁଷୁଡ଼ି ୭ ଜଣଙ୍କ ମୃତ୍ୟୁ, ତିନି ଜଣ ଆହତ

ପୁଣେ : ପୁଣେରେ ଏକ ନିର୍ମାଣାଧୀନ କୋଠାର ଏକ ସ୍ଲାବ ଭୁଷୁଡ଼ି ପଡ଼ିବା ଫଳରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ପୁଣେର ୟେରୱାଡା ଅଞ୍ଚଳର ଶାସ୍ତ୍ରୀନଗରରେ ଗୁରୁବାର ରାତିରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

ସ୍ଲାବର ଆବର୍ଜନାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଏବଂ ପୋଲିସ କର୍ମଚାରୀଙ୍କୁ ସେବାରେ ନିୟୋଜିତ କରାଯାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି । ସେ କହିଛନ୍ତି ଯେ, ଏହି ଘଟଣା କୋଠାର ତଳ ମହଲାରେ ଘଟିଛି ।

Leave A Reply

Your email address will not be published.