ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଗୁପ୍ତରେ ବିବାହ କଲେ କ୍ୟାରି ସାଇମଣ୍ଡଙ୍କୁ

ଲଣ୍ଡନ : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ତାଙ୍କ ମଙେ୍‌ଙ୍ଗତର କ୍ୟାରି ସାଇମଣ୍ଡଙ୍କୁ ଗୁପ୍ତରେ ବିବାହ କରିଛନ୍ତି । ଖବର ଅନୁଯାୟୀ, ୱେଷ୍ଟ ମିନ୍‌ଷ୍ଟର ଚର୍ଚ୍ଚରେ ଏହି ଦମ୍ପତି ଶନିବାର ବିବାହ କରିଥିଲେ । ଏହି ଅବସରରେ ତାଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିଲେ ।

ତେବେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ଡାଉନିଂ ଷ୍ଟ୍ରିଟ୍ ଏ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛି । ବିବାହ ଖବର ପରେ ବୋରିସ୍ ଜନସନ ଏବଂ କ୍ୟାରି ସାଇମଣ୍ଡ ସୋସିଆଲ ମିଡିଆରେ କ୍ରମାଗତ ଅଭିନନ୍ଦନ ଗ୍ରହଣ କରୁଛନ୍ତି । ବ୍ରିଟେନର ପେନ୍‌ସନ୍ ମନ୍ତ୍ରୀ ଟେରିସ୍ କୋଫି ଟ୍ୱିଟ୍ କରି କହିଛନ୍ତି ଯେ, ବୋରିସ୍ ଜନସନ ଏବଂ କ୍ୟାରି ସାଇମଣ୍ଡ, ଆଜି ଆପଣଙ୍କ ବିବାହ ପାଇଁ ଅଭିନନ୍ଦନ ।

ବ୍ରିଟିଶ ଖବରକାଗଜ ‘ମେଲ’ ରବିବାର ଦିନ ପ୍ରକାଶିତ ଖବରକୁ କହିଛି ଯେ, ଶୀଘ୍ର ଆୟୋଜିତ ବିବାହକୁ କୋଭିଡ -୧୯ର ପ୍ରତିବନ୍ଧକ ମଧ୍ୟରେ ୩୦ ଅତିଥି ନିମନ୍ତ୍ରିତ ହୋଇଥିଲେ । କ୍ୟାଥୋଲିକ୍ ରୀତିନୀତି ଅନୁଯାୟୀ ଏହି ବିବାହରେ ଚର୍ଚ୍ଚର କିଛି ସଦସ୍ୟ ମଧ୍ୟ ଜଡିତ ଥିଲେ ଏବଂ ଫାଦର୍‌ ଡାନିଏଲ୍ ହାଫିଜ୍‌ ଏହି ବିବାହର ଆୟୋଜନ କରିଥିଲେ ।

Leave A Reply

Your email address will not be published.