ମନ୍ତ୍ରୀଙ୍କୁ କିଏ ଲଗାଇଲା ବିଛୁଆତି : କୁଣ୍ଡାଇ କୁଣ୍ଡାଇ ଅଥା, ଭିଡିଓ ଭାଇରାଲ

ଭୋପାଳ : ମଧ୍ୟପ୍ରଦେଶ ସରକାରଙ୍କ ପିଏଚ୍‌ଇ ରାଜ୍ୟ ମନ୍ତ୍ରୀ ବ୍ରିଜେନ୍ଦ୍ର ସିଂ ଯାଦବ ତାଙ୍କ ନିର୍ବାଚନ ମଣ୍ଡଳୀରେ ବିକାଶ ଯାତ୍ରା ସମୟରେ କିଏ ତାଙ୍କୁ ବିଛୁଆତି ଲଗାଇ ଦେଇଥିଲା । ଏହା ପରେ ମନ୍ତ୍ରୀ କୁଣ୍ଡାଇ କୁଣ୍ଡାଇ ଅଥା । ସ୍ଥିତି ଏଭଳି ହେଲା ଯେ, ମନ୍ତ୍ରୀଙ୍କୁ କୁର୍ତ୍ତା ଉତାରିବାକୁ ପଡ଼ିଥିଲା । ସମର୍ଥକ ଏବଂ ଅଧିକାରୀମାନେ ମନ୍ତ୍ରୀଙ୍କ ମୁହଁକୁ ବୋତଲ ପାଣିରେ ଧୋଇବାକୁ ପଡିଥିଲା । ସେଠାରେ ଉପସ୍ଥିତ କେହି କେହି ଏହାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଦେଇଥିଲେ । ଏହି ଭିଡିଓ ଭୟଙ୍କର ଭାଇରାଲ ହେଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.