ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ । ସର୍ବୋଚ୍ଚ ନ୍ୟାୟାଳୟର ୫୦ତମ ପ୍ରଧାନ ବିଚାରପତି ଭାବେ ବୁଧବାର ଶପଥ ନେଇଛନ୍ତି ଜଷ୍ଟିସ୍ ଚନ୍ଦ୍ରଚୂଡ । ରାଷ୍ଟ୍ରପତି ଭବନର ସେଣ୍ଟ୍ରାଲ ହଲ୍ରେ ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଷ୍ଟିସ୍ ଉଦୟ ଉମେଶ ଲଳିତଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡଙ୍କୁ ଚୟନ କରାଯାଇଥିଲା । ବୁଧବାର ରାଷ୍ଟ୍ରପତି ଭବନର ସେଣ୍ଟ୍ରାଲ ହଲ୍ରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ । ତାଙ୍କର କାର୍ଯ୍ୟକାଳ ୨ ବର୍ଷ ରହିବ । ଆସନ୍ତା ୨୦୨୪ ନଭେମ୍ବର ୧୦ ତାରିଖ ଯାଏଁ ପ୍ରଧାନ ବିଚାରପତି ରହିବେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ ।