pakka

ଚାରି ମହଲା କୋଠା ଭୁଷୁଡି ପଡିଲା : ୧୧ ଜଣଙ୍କର ମୃତ୍ୟୁ, ୭ ଜଣ ଆହତ

bbehera

ମୁମ୍ବାଇ : ମାଲାଡ ୱେଷ୍ଟର ମାଲଭାନି ଅଞ୍ଚଳରେ ଚାରି ମହଲା କୋଠା ଭୁଷୁଡ଼ି ଯିବା ପରେ ଚାପି ହୋଇ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଥିଲେ । ବୁଧବାର ରାତି ୧୧.୧୦ ସମୟରେ ହଠାତ୍ ସମଗ୍ର କୋଠା ଭୁଷୁଡି ପଡିଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । କୋଠା ଭୁଷୁଡ଼ିବା ମାତ୍ରେ ବହୁତ୍‌ ଜୋର୍‌ରେ ଚିତ୍କାର ଶୁଣିବାକୁ ମିଳିଥିଲା । ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଏବଂ ବିପର୍ୟ୍ୟୟ ପରିଚାଳନା ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ସର୍ବଶେଷ ସୂଚନା ଅନୁଯାୟୀ, ବର୍ଜ୍ୟବସ୍ତୁ ତଳେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

jay balangir
Leave A Reply

Your email address will not be published.

18 − 8 =