pakka

ଭୂମିକମ୍ପରେ ଥରିଲା ଇକ୍ୟୁଏଡୋର ଓ ପେରୁ

bbehera

ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ଦକ୍ଷିଣ ଆମେରିକା ଦେଶ ଇକ୍ୟୁଏଡୋର ଓ ପେରୁ । ଶନିବାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏପର୍ଯ୍ୟନ୍ତ ୧୪ଜଣ ପ୍ରାଣ ହରାଇଲେଣି । ୧୨୬ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।ଆମେରିକା ଭୂ-ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ସୂଚନା ମୁତାବକ, ଶନିବାର ଦକ୍ଷିଣ ଇକ୍ୟୁଏଡୋର ଓ ପେରୁ ଭୂମିକମ୍ପ ଅନୁଭୂତ ହୋଇଛି । ଇକ୍ୟୁଏଡୋରର ଉପକୂଳବର୍ତ୍ତୀ ଅଞ୍ଚଳ ଗୁୟାସ୍ କ୍ଷେତ୍ରରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହା ତିବ୍ରତା ୬.୮ ରହିଛି । ଗୁଆୟାକିଲ୍ ସହର ଠାରୁ ୮୦ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଛି ।

Leave A Reply

Your email address will not be published.

nineteen − 5 =