pakka

ପାରାଦୀପ ସନ୍ନିକଟ ଶିଳ୍ପାଞ୍ଚଳର ୪୦୦ କେଭି ଟ୍ରାନ୍ସମିଶନ ଲାଇନର ଭୂମି ପୂଜନ ସମ୍ପର୍ଣ୍ଣ

kalikesh

ପାରାଦୀପ : ପାରାଦୀପ ବନ୍ଦରାଞ୍ଚଳ ଏବଂ ସନ୍ନିକଟ ଶିଳ୍ପାଞ୍ଚଳର ଶକ୍ତି ଆବଶ୍ୟକତା ପୂରଣ ଲକ୍ଷ୍ୟରେ ଏକ ନୂତନ ୪୦୦ କେଭି ଟ୍ରାନ୍ସମିଶନ ଲାଇନର ଆରମ୍ଭ ହୋଇଥିବା ବେଳେ ଗତକାଲି ଏହି ବ୍ୟୟ ବହୁଳ ମେଗା ବିଦ୍ୟୁତ ସରବରାହ ଲାଇନର ଭୂମି ପୂଜନ ପାରଦୀପ ଗଡ଼ ନିକଟରେ ଅନୁଷ୍ଠିତ ହୋଇଯାଇଛି । ବନ୍ଦରାଞ୍ଚଳ ତଥା ସଂଲଗ୍ନ ଶିଳ୍ପାଞ୍ଚଳ ସମେତ ଆଖପାଖରେ ସ୍ଥାପିତ ଏବଂ ପ୍ରସ୍ତାବିତ ବୃହତ୍ତ ଶିଳ୍ପକୁ ଶକ୍ତି ଯୋଗାଣ ବ୍ୟବସ୍ଥାରେ ଉନ୍ନତିକୁ ଆଖିରେ ରଖି ଓଡ଼ିଶା ସରକାରଙ୍କ ଓପିଟିସିଏଲ୍ ପକ୍ଷରୁ ଏହି କାର୍ଯ୍ୟ ଆରମ୍ଭ କରାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ୬୧୫ କୋଟି ଟଙ୍କା ଖର୍ଚ୍ଚ ଅଟକଳର ଏହି ୪୦୦ କେଭି ଲାଇନ କାମ ୧୮ ମାସ ମଧ୍ୟରେ ଶେଷ କରିବାକୁ ଓପିଟିସିଏଲ୍ ପକ୍ଷରୁ ସ୍ଥିର କରାଯାଇଥିବା ବେଳେ ଏହା ବନ୍ଦର ତଥା ବିଭିନ୍ନ ବୃହତ୍ତ ଶିଳ୍ପ ପ୍ରକଳ୍ପ ଆଦି ଲାଗି ଶକ୍ତି ଯୋଗାଣକୁ ତ୍ୱରାନ୍ନିତ କରିବ ବୋଲି ଜଣାପଡିଛି ।

pp
Leave A Reply

Your email address will not be published.

seventeen − 11 =